ଘାଟିରେ ପରିବାବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ଡ୍ରାଇଭର ଆହତ, ହେଲ୍ପର ଗୁରୁତର
19/11/2019 at 8:09 AM

ଆନନ୍ଦପୁର ୧୯।୧୧: ଆନନ୍ଦପୁର ନିକଟ ମହୁଲଡିହା ଥାନା ଅନ୍ତର୍ଗତ ଗୋଡଭଙ୍ଗା ଘାଟିଠାରେ ଏକ ପରିବା ବୋଝେଇ ପିକ୍ଅପ୍ ଭ୍ୟାନ୍ ଓଲଟି ପଡିବାରୁ ଡ୍ରାଇଭର ଆହତ ହୋଇଥିବା ବେଳେ ହେଲପର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହାୟତାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପିକ୍ଅପ୍ ଭ୍ୟାନଟି ମୟୁରଭଞ୍ଜ ଜିଲ୍ଲା କଂରଜିଆ ଅଞ୍ଚଳରୁ ପରିବା ନେଇ ଯାଜପୁର ଜିଲ୍ଲା ବାରବାଟି ପରିବା ହାଟକୁ ବିକ୍ରି ପାଇଁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବରପାଉ ମହୁଲଡିହା ପୋଲିସ ଦୁର୍ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।