Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଜଳିଗଲା ତେଲ ଟ୍ୟାଙ୍କର : ଡ୍ରାଇଭର ଓ ହେଲପର ଆହତ

30/08/2019 at 9:05 AM

ଟାଙ୍ଗୀ ୩୦।୮: ଜଳିଗଲା ତେଲ ଟ୍ୟାଙ୍କର । ୧୬ ନମ୍ବର ଜାତୀୟ ରାଜପଥ ବାଇପାସ୍ ଛକ ନିକଟରେ ଗାଡିରେ ଲାଗିଲା ନିଆଁ । ବିଳମ୍ବିତ ରାତିରେ ଅନ୍ୟ ଟ୍ରକ ସହ ଧକ୍କା ହେବା ଯୋଗୁଁ ନିଆଁ ଲାଗିଥିବା ଜଣାପଡିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଛି ଟାଙ୍କୀ ଅଗ୍ନିଶମ ବାହିନୀ ।

ଟ୍ୟାଙ୍କର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ଉଭୟଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ପାରାଦୀପରୁ ଏହି ତେଲ ଟ୍ୟାଙ୍କର ବ୍ରହ୍ମପୁର ଯାଉଥିବା ଜଣାପଡିଛି । ଘଟଣାସ୍ଥଳରେ ଟାଙ୍ଗୀ ପୋଲିସର ତଦନ୍ତ ଆରମ୍ଭ ।

   Related Posts