ଘାଟିରେ ଓଲଟିଲା ବାଲି ବୋଝେଇ ହାଇଓ୍ବା : ଡ୍ରାଇଭର୍ ଓ ହେଲ୍ପର ଆହତ
18/12/2020 at 10:49 AM

ଜି.ଉଦୟଗିରି ୧୮।୧୨: କନ୍ଧମାଳ ଜିଲ୍ଲା କେ.ନୂଆଗାଁ ଥାନା ଧରମପୁର ଘାଟିରେ ଓଲଟିଲା ବାଲି ବୋଝେଇ ହାଇଓ୍ବା । ଫଳରେ ହାଇଓ୍ବାର ଡ୍ରାଇଭର ଓ ହେଲପର ଆହତ ହୋଇଛନ୍ତି । ହାଇଓ୍ବାଟି ଭଞ୍ଜନଗରରୁ ସାରଙ୍ଗଗଡ ଆସୁଥିବା ଜଣାପଡିଛି ।

ଦ୍ରୁତ ଗତିରେ ଆସୁଥିବାରୁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ପ୍ରତ୍ୟେକ ଦିନ ଏମିତି ବାଲି ବୋଝେଇ ଟ୍ରକ୍ ଓ ହାଇଓ୍ବା ଦ୍ରୁତ ଗତିରେ ଆସୁଥିବାରୁ ଦୁର୍ଘଟଣା ଘଟୁଥିବା କୁହାଯାଉଛି ।