ଓଲଟିଲା ବାଉଁଶ ବୋଝେଇ ଟ୍ରାକ୍ଟର, ଚାପି ହୋଇ ଚାଲିଗଲା ଦୁଇ ଜୀବନ

Published By : Prameya-News7 Bureau | May 15, 2021 IST

ରାଇରଙ୍ଗପୁର, ୧୫/୫: ଭାରସାମ୍ୟ ହରାଇ ଏକ ବାଉଁଶ ବୋଝେଇ ଟ୍ରାକ୍ଟର ଓଲଟି ପଡ଼ିଥିବା ଜଣାପଡ଼ିଛି। ଫଳରେ ଟ୍ରାକ୍ଟର ତଳେ ଡ୍ରାଇଭର ଏବଂ ହେଲ୍ପର ଚାପି ହୋଇ ହୋଇଯାଇଥିବା ବେଳେ ଘଟଣାସ୍ଥଳରେ ହିଁ ଦୁହିଁଙ୍କର ମୃତ୍ୟୁ ଘଟିଛି l

ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ବହଳଦା - ଝରାଡିହି ମୁଖ୍ୟ ରାସ୍ତାର ଇନ୍ଦଖୋଳି ନିକଟରେ ଏପରି ଏକ ସଡ଼କ ଦୁର୍ଘଟଣା ଦେଖିବାକୁ ମିଳିଛି । ଖବର ପାଇ ଘଟଣାସ୍ଥଳରେ ତିରିଂ ଥାନା ପୋଲିସ ପହଞ୍ଚି ଥିବା ବେଳେ ସ୍ଥାନୀୟ ଲୋକଙ୍କ ସହାୟତାରେ ଚାପି ହୋଇଥିବା ମୃତ୍ୟଦେହକୁ ଉଦ୍ଧାର କରିଛି।

ତେବେ ମୃତ୍ୟୁ ହୋଇଥିବା ଯୁବକ ଦ୍ବୟ ବହଳଦା ଥାନା କୁମ୍ଭୀରଦା ଗ୍ରାମ ଡଜର ସାହିର ଚାଳକ କଙ୍ଗେ ନାଏକ ଓ ହେଲ୍ପର ସଲମନ ନାଏକ ବୋଲି ଜଣାପଡିଛି। ଟ୍ରାକ୍ଟରଟି ବାଉଁଶ ବୋଝେଇ କରି କାଙ୍କି ଗ୍ରାମକୁ ଯାଉଥିବା ବେଳେ ଇନ୍ଦଖୋଳି ନିକଟରେ ଓଲଟି ପଡିଥିଲା l ତିରିଂ ଥାନା ପୋଲିସ ଘଟଣାର ଅଧିକ ତଦନ୍ତ କରୁଛି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.