ଆମ୍ବୁଲାନ୍ସ ଭିତରେ ରୋଗୀଙ୍କୁ ବନ୍ଦ କରିବା ଘଟଣା, ଡ୍ରାଇଭର ଓ ଗାଡି ମାଲିକ ଗିରଫ

Published By : Prameya-News7 Bureau | May 07, 2020 IST

ସମ୍ବଲପୁର ୦୭।୦୫: ବୁର୍ଲାରେ ଆମ୍ବୁଲାନ୍ସ ଭିତରେ ରୋଗୀ ଓ ରୋଗୀର ସ୍ତ୍ରୀ ଓ ତାର ୪ ବର୍ଷର ଛୋଟ ଛୁଆକୁ ରାତିସାରା ବନ୍ଦ ଘଟଣାରେ ଆମ୍ବୁଲାନ୍ସ ମାଲିକ ଓ ଡ୍ରାଇଭର ଗିରଫ । ଗାଡି ମାଲିକ ଛୋଟଲାଲ ପ୍ରସାଦ ଓ ଡ୍ରାଇଭର ପ୍ରଦୀପ ପଟ୍ଟନାୟକକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୁର୍ଲା ପୋଲିସ । ଗତକାଲି ଆମ୍ବୁଲାନ୍ସକୁ ଜବତ କରିଥିଲା ପୋଲିସ । ଜବତ ହୋଇଥିବା ଆମ୍ବୁଲାନ୍ସ ନମ୍ବର ହେଉଛି ଓଡି ୧୫ ୦୨୨୩ ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖ ଦିନ ନୂଆପଡାର ଡଗରେଶ୍ବର ମାଝୀ ନାମକ ଜଣେ ରୋଗୀ ଏକ ବେସରକାରୀ ଆମ୍ବୁଲାନ୍ସ ଭଡା କରି ବୁର୍ଲାରୁ ନୂଆପଡା ଯାଇଥିଲେ । ସାଙ୍ଗରେ ଥିଲେ ତାଙ୍କର ୪ ବର୍ଷର ଛୋଟ ଶିଶୁ ପୁତ୍ର ଓ ସ୍ତ୍ରୀ । ନୂଆପଡା ପହଂଚିଲା ପରେ ଆମ୍ବୁଲାନ୍ସ ଡ୍ରାଇଭରକୁ ସବୁ ପଇସା ଦେଇନପାରିବାରୁ ସେ ପୁଣି ତାଙ୍କୁ ଗାଡିରେ ଲକ୍ କରି ୩୦୦ କିମି ବୁର୍ଲା ଫେରାଇ ଆଣିଥିଲେ । ଏପରିକି ରାତି ସାରା ଆମ୍ବୁଲାନ୍ସ ଗାଡିରେ ସମସ୍ତଙ୍କୁ ବନ୍ଦ କରି ଘରକୁ ପଳାଇଥିଲେ । ରାତିରେ ଡଗରେଶ୍ବର ନିଜର ସ୍ତ୍ରୀ ଓ ଛୋଟ ଛୁଆକୁ ଧରି ରାତି ସାରା ଆମ୍ବୁଲାନ୍ସରେ ଭୋକ ଉପାସରେ ରାତି କାଟିଲେ । ସକାଳୁ କିଛି ଲୋକ ଡଗରଶ୍ବରକୁ ଉଦ୍ଧାର କରିଥିଲେ । ହେଲେ ଏ ଘଟଣା ନେଇ ବୁର୍ଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.