ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ

Published By : Prameya-News7 Bureau | December 06, 2021 IST

ଚୌଦ୍ୱାର,୦୬/୧୨: ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ । ଟଙ୍କା ନଦେବାରୁ କରାଗଲା ଆକ୍ରମଣ । ଏମିତି ଏକ ଘଟଣା ଘଟିଛି କଟକ ଜିଲ୍ଲା ଟାଙ୍ଗି ବ୍ଲକ ଅନ୍ତର୍ଗତ ବିଲ ତୋକୁହାଁ  ଗ୍ରାମରେ ଥିବା ଗୋଲଡେନ କଣ୍ଟା ସଂସ୍ଥାରେ।  

ସୂଚନାନୁସାରେ, ଏକ ଗାଡିରେ କୋଇଲା ଗୁଣ୍ଡ ଧରି ଆସିଥିଲେ  ନିରଜ ନାୟକ ନାମକ ଜଣେ ବ୍ୟକ୍ତି। ଏସବୁକୁ  ଓଜନ କରି ରସିଦ ମାଗିବାରୁ ଓଜନ କଣ୍ଟାରେ କାର୍ଯ୍ୟରତ କର୍ମଚାରୀ  ଗୁଣ୍ଡାଗିରି ଆରମ୍ଭ କରିଥିଲେ । ଏପରିକି ରସିଦ ପାଇଁ ୨୦୦ ଟଙ୍କା ଲାଞ୍ଚ ମାଗିଥିଲେ। ଲାଞ୍ଚ ନବାରୁ ଗୋଲଡେନ କଣ୍ଟାର କର୍ମଚାରୀ ଓ ତାଙ୍କର ୪/୫ ଜଣ ସହଯୋଗୀ ଡ୍ରାଇଭର ନିରଜ ନାୟକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରି ତାଙ୍କୁ ଲହୁ ଲୁହାଣ କରି ଦେଇଥିଲେ।

 ଏ ବିଷୟରେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଟାଙ୍ଗି ଥାନା ପୋଲିସ ଘଟଣା ସ୍ଥଲରେ ପହଁଚିବା ସହ ନିରଜ ନାୟକଙ୍କୁ ଉଦ୍ଧାର କରିଥିଲା ଷ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ କଟକ ବଡ଼ ମେଡିକାଲକୁ ପଠାଇ ଗୋଲଡେନ କଣ୍ଟାର ଜଣେ କର୍ମଚାରୀକୁ ଅଟକ ରଖିଛି ପୋଲିସ । ତେବେ ଡ୍ରାଇଭର ନିରଜଙ୍କ ଉପରେ ହୋଇଥିବା ଆକ୍ରମଣ ବିରୋଧରେ ପ୍ରତିବାଦ କରି ଓଡିଶା ଡ୍ରାଇଭର ମହାସଂଘର ପାଖାପାଖି ୨୦୦ ଡ୍ରାଇଭର ଥାନା ସାମ୍ନାରେ ନ୍ୟାୟ ପାଇଁ  ଧାରଣା ଦେଇଥିବା ବେଳେ ପୋଲିସ କିଛି ମୁଷ୍ଟିମେୟ ଲୋକଙ୍କ ସହ ମିଶି ଏହାକୁ ରଫା ଦଫା କରିବା ପାଇଁ ଉଦ୍ୟମ ଚଳାଇଥିବା ଅଭିଯୋହ ହୋଇଛି । ଯଦି ସମ୍ପୃକ୍ତ ଡ୍ରାଇଭରକୁ ନ୍ୟାୟ ନମିଳେ ତେବେ ଡ୍ରାଇଭର ମହାସଂଘ ଆନ୍ଦୋଳନ ତୀବ୍ରତର କରିବ ବୋଲି ଚେତାବନୀ ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.