Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

ଆଇସୋଲେସନ୍ ଓ୍ୱାର୍ଡରେ ମଦ ପିଉଛନ୍ତି କରୋନା ଆକ୍ରାନ୍ତ, ତଦନ୍ତ ଆରମ୍ଭ କଲା ପ୍ରଶାସନ

12/07/2020 at 8:31 AM

ପାଟନା, ୧୨|୦୭: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହା ବିହାର ଗୋପାଳଗଞ୍ଜର ହୋଇଥିବା କୁହାଯାଉଛି । ଏଥିରେ ଆଇସୋଲେସନ୍ ଓ୍ୱାର୍ଡରେ ଭର୍ତ୍ତି ଜଣେ କରୋନା ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି ।

ଏହି ଭାଇରାଲ ଭିଡିଓ ପରେ ଗୋପାଳଗଞ୍ଜ ପ୍ରଶାସନ ଘଟଣା ସତ୍ୟ ବୋଲି ସ୍ପଷ୍ଟ କରିଛି । ଭିଡିଓଟି ଗୋପାଳଗଞ୍ଜର ଏକ ଆଇସୋଲେସନ ଓ୍ୱାର୍ଡର ଅଟେ । ସହରର ସିଦ୍ଧବାଲିୟା ଗ୍ରାମରେ ଥିବା ଏକ ଆଇସୋଲେସନ ଓ୍ୱାର୍ଡର ଏହି ଭିଡିଓ ପ୍ରଶାସନର ନିଦ ହଜାଇ ଦେଇଛି । ଏଠାରେ ଜଣେ ଆକ୍ରାନ୍ତ ମଦ ପିଉଥିବା ଦେଖିବାକୁ ମିଳିଛି ।

ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି । କିଏ ଆକ୍ରାନ୍ତଙ୍କ ପାଇଁ ମଦ ବ୍ୟବସ୍ଥା କରିଥିଲେ ତାହାର ଖୋଲତାଡ ଆରମ୍ଭ ହୋଇଛି । ଆକ୍ରାନ୍ତଙ୍କ ପାଖରେ ପୂର୍ବରୁ ମଦ ବୋତଲ ଥିବା କେହିକେହି କହିଛନ୍ତି ।

ସୂଚନାଯୋଗ୍ୟ, ବିହାରରେ ୨୦୧୬ରୁ ମଦ ବ୍ୟାନ୍ ହୋଇଛି । ତେବେ କିପରି ଆକ୍ରାନ୍ତଜଣଙ୍କ ମଦ ପିଇଲେ ତାହା ସମସ୍ତଙ୍କୁ ଚକିତ କରିଛି । ପ୍ରଶାସନର ମଧ୍ୟ ନିଦ ହଜିଯାଇଛି ।

   Related Posts