ମହିଳାଙ୍କୁ ମଦ ପିଆଇ କଲେ ଦୁଷ୍କର୍ମ, ମନ ବୁଝିଲାନି ତ ଚଳନ୍ତା ଅଟୋ ଭିତରେ ବି କଲେ ଆଉଥରେ ଗଣଦୁଷ୍କର୍ମ

Published By : Prameya-News7 Bureau | January 01, 2019 IST

ନୂଆଦିଲ୍ଲୀ ୧/୧-ନୂଆବର୍ଷକୁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳନ କରିଛନ୍ତି । କିଏ ଭୋଜିଭାତ କରି,  ତ କିଏ ଜିରୋ ନାଇଟ ପାର୍ଟି କରି ପାଳନ କରିଛନ୍ତି । କିନ୍ତୁ ନୂଆବର୍ଷକୁ ଏଭଳି ଭାବରେ ପାଳନ କରିବା କେବେ ଦେଖି ନଥିବେ । ରାସ୍ତାରେ ଯାଉଥିବା ମହିଳାଙ୍କୁ ଉଠାଇଆଣି ମଦପିଆଇ ଗଣଦୁଷ୍କର୍ମ କରି ନୂଆ ବର୍ଷ ପାଳିଛନ୍ତି କିଛି ଦୁର୍ବୃତ୍ତ ।

ଦିଲ୍ଲୀର ମାନେସର ଅଂଚଳରେ ଘଟିଛି ଏହି ଘଟଣା । ମହିଳା ଜଣକ ଅଟୋକୁ ଅପେକ୍ଷା କରି ଛକରେ ଛିଡ଼ା ହୋଇଥିଲେ । ଏହି ସମୟରେ ଜଣେ ଅଟୋବାଲା ଆସି ମହିଳାଙ୍କ ନିକଟରେ ରହିଥିଲା । ମହିଳାଙ୍କୁ ଭାଙ୍ଗରୌଲା ଅଂଚଳରେ ଛାଡ଼ିଦେବ ବୋଲି କହି ଡ଼ାକିଥିଲା । ମହିଳା ଅଟୋରେ ଯିବାବେଳେ ଅନ୍ୟଜଣେ ପୁରୁଷଯାତ୍ରୀ ବି ଥିଲେ । ମହିଳାଙ୍କୁ  ଭାଙ୍ଗରୌଲା ଛାଡ଼ିଦେବା ପରିବର୍ତ୍ତେ ଅଟୋ ନିଛାଟିଆ ଜାଗାକୁ ନେଇଯାଇଥିଲା । ସେଠାରେ ଅଟୋବାଲାଙ୍କର କିଛିବନ୍ଧୁ ଭୋଜିଭାତ କରିବା ସହ ମଦ୍ୟପାନ  କରୁଥିଲେ । ସେଠାରେ ମହିଳାଙ୍କୁ ଜୋରକରି ମଦ ପିଆଇଥିଲେ । ଭୋଜିକରୁଥିବା ୫ଜଣଯାକ ପୁରୁଷ ମହିଳାଙ୍କ ସହ କରିଥିଲେ ଗଣଦୁଷ୍କର୍ମ ।

 ତା ପରେ ମହିଳାଙ୍କୁ ଛାଡ଼ିବା ପାଇଁ ଆସିଥିବା ଅଟୋ ଚାଳକ ଓ ତାଙ୍କ ବନ୍ଧୁଙ୍କ ମନ ବୁଝିଲା ନାହିଁ । ସେମାନେ ଚଳନ୍ତା ଅଟୋ ଭିତର ମଧ୍ୟ ଆଉଥରେ ଗଣଦୁଷ୍କର୍ମ କଲେ ବୋଲି ଅଭିଯୋଗ ଆଣିଛନ୍ତି ମହିଳା ।

ମହିଳାଙ୍କ ସ୍ଵାମୀ ଏକ ଘୋରେଇ କଂପାନୀରେ ଠିକାଦାର ଭାବେ ଚାକିରି କରୁଥିଲେ । ତାଙ୍କର ୨୦୧୩ ମସିହାରେ ମୃତ୍ୟୁ ହୋଇଯାଇଥିଲା । କଂପାନୀ ଉପରେ କିଛି ପଇସା ବାକିଥିବାରୁ ସେ ନେବାପାଇଁ ନଶଡ଼ୌଲା ଆସିଥିଲେ ।ସେ କଂପାନୀରୁ ଫେରିବା ବାଟରେ ଅଟୋକୁ ଅପେକ୍ଷାକରି ଛିଡ଼ାହୋଇଥିଲେ । ଅଟୋଚାଳକ ଓ ତାର ବନ୍ଧୁମାନେ ସେହିଜାଗାରୁ ଉଠାଇନେଇ ଦୁଷ୍କର୍ମ କରିଥିବା ମହିଳା ପ୍ରକାଶ କରିଛନ୍ତି । ଥାନାରେ ଏତାଲା ଦେବାପରେ ୩ଜଣକୁ ପୋଲିସ ଗିରଫ କରିଛି, ଅନ୍ୟମାନେ ଫେରାର ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.