Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||
  • ସୋର : ରୂପା ରାଧାକୃଷ୍ଣ ମୂର୍ତ୍ତି ନେଇଗଲେ ଚୋର, ସୁନା-ରୂପା ଅଳଙ୍କାର ବି ଲୁଟ୍
  • ||
  • କଟକ : କୁମ୍ଭମେଳା ଫେରନ୍ତା ୧୩ଜଣ କରୋନା ପଜିଟିଭ୍, ରେଳ ଯାତ୍ରୀଙ୍କ ରିପୋର୍ଟ ଯାଞ୍ଚ କଡାକଡି
  • ||
  • ଆଠମଲ୍ଲିକ : ଜଳ ପ୍ରକଳ୍ପ ସ୍ଥାନାନ୍ତର ପ୍ରତିବାଦ, ଉପଜିଲ୍ଲାପାଳ ଅଫିସ ସମ୍ମୁଖରେ ଗ୍ରାମବାସୀଙ୍କ ବିକ୍ଷୋଭ ପ୍ରଦର୍ଶନ
  • ||
  • ପୁରୀ : ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||
  • ମାଲକାନଗିରି : ପୋଲିସ-ନକ୍ସଲ ଗୁଳିବିନମୟ : ଜଣେ ନିହତ, ମୁଣ୍ଡ ଉପରେ ୫ଲକ୍ଷ ଟଙ୍କାର ପୁରସ୍କାର
  • ||
  • ତେଲକୋଇ : ମହୁଲ ବୋଝେଇ ମିନିଟ୍ରକ୍ ଜବତ, ଜଣେ ଅଟକ
  • ||
  • ସ୍ବଳ୍ପ ସଂଖ୍ୟକ ବ୍ୟକ୍ତିଙ୍କୁ ନେଇ ହେବ ପୁରୀର ପ୍ରସିଦ୍ଧ ସାହିଯାତ, କୋଭିଡ୍ କଟକଣା ଉପରେ ରହିବ ନଜର
  • ||

ପିଇବା ପାଣି ଟାଙ୍କିକୁ ଲାଗିଥିଲା ଟଏଲେଟ୍ ପାଇପ୍‌ ଲାଇନ୍‌, ରେଲଓ୍ବେ ଷ୍ଟେସନ୍ ମାଷ୍ଟର ସସ୍‌ପେଣ୍ଡ

7/03/2021 at 8:18 PM

ଭୋପାଳ ୦୭/୦୩ : ପାଇପ ଲାଇନ୍‌ କାମରେ ଦାୟିତ୍ବହୀନତା ଯୋଗୁଁ ଜଣେ ରେଲଓ୍ବେ ଅଧିକାରୀ ସସ୍‌ପେଣ୍ଡ ହୋଇଛନ୍ତି । ମଧ୍ୟ ପ୍ରଦେଶର ମନ୍ଦସୌର ଜିଲ୍ଲାରେ ଅଭାବନୀୟ ଘଟଣା ଘଟିଛି । ପିଇବା ପାଣି ଟାଙ୍କିକୁ ଟଏଲେଟ୍‌ ପାଇପ୍‌ଲାଇନ୍‌ ସଂଯୋଗ ହୋଇଥିବା ଫଟୋ ଭାଇରାଲ ହେବାପରେ ସଂପୃକ୍ତ ରେଲଓ୍ବେ ​‌ଷ୍ଟେସନ୍‌ ମାଷ୍ଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସୂଚନା ଅନୁସାରେ, ମଧ୍ୟ ପ୍ରଦେଶର ଗାରୋଥ ରେଳ ଷ୍ଟେସନରେ ପାଇଖାନା ଏବଂ ପିଇବା ପାଣି ଟାଙ୍କି ମରାମତି କାମ ଚାଲିଥିଲା । ତେବେ କାର୍ଯ୍ୟରେ ନିୟୋଜିତ ହୋଇଥିବା ବ୍ୟକ୍ତିଙ୍କ ଦାୟିତ୍ବହୀନତା ଯୋଗୁଁ ପାଇବା ପାଣି ଟାଙ୍କି ମଧ୍ୟରୁ ପାଇଖାନା ପାଇପ୍‌ଲାଇନ୍‌କୁ ସଂଯୋଗ ହୋଇଯାଇଥିଲା । ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପ​‌ରେ ରେଲଓ୍ବେ ଷ୍ଟେସନରେ ଦାୟିତ୍ବରେ ଥିବା ଅଧିକାରୀଙ୍କ ଚେତା ପଶିଥିଲା ।

ଘଟଣା ବାବଦରେ ସିନିୟର କମରସିଆଲ ମ୍ୟାନେଜର ଅଜୟ କୁମାର ପାଲ କହିଛନ୍ତି, ଷ୍ଟେସନ୍‌ ମାଷ୍ଟର ଚୌଥମାଲ ମୀନାଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏହା ସହିତ କାର୍ଯ୍ୟରେ ନିୟୋଜିତ ଥିବା ପରିମଳ କର୍ମଚାରୀଙ୍କୁ କାର୍ଯ୍ୟରୁ ବାହାର କରିଦିଆଯାଇଛି ।

   Related Posts