ଦୂଷିତ ପାଣି ପିଇ ଗାଁରେ ବ୍ୟାପିଲା ରୋଗ: ୭୦ରୁ ଅଧିକ ଝାଡାବାନ୍ତିରେ ଆକ୍ରାନ୍ତ

Published By : Prameya-News7 Bureau | May 15, 2020 IST

ବଲାଙ୍ଗୀର୧୫/୫: ବଲାଙ୍ଗୀରରେ ଦୂଷିତ ପାଣି ପିଇବା ହେଲା କାଳ। କରୋନା ମହାମାରୀ ରାଜ୍ୟରେ ଆତଙ୍କ ସୃଷ୍ଟି କରୁଥିବା ବେଳେ ଦୂଷିତ ପାଣି ୭୦ରୁ ଅଧିକ ଗ୍ରାମବାସୀ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ଦେଓଗାଁ ବ୍ଲକ କରୁଆଝର ଗାଁରେ ଲୋକମାନେ ଦୂଷିତ ପାଣି ପିଇ ଝାଡ଼ାବାନ୍ତିର ଶିକାର ହୋଇଛନ୍ତି। ୭୦ ରୁ ଅଧିକ ଗ୍ରାମ ବାସୀ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି। ଜଣେ ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ଗାଁରେ ପିଇବା ପାଇଁ ଯୋଗାଉ ଥିବା ପାଣି ପାଇପର ବିଭିନ୍ନ ସ୍ଥାନରେ ଫାଟ ଥିବାରୁ ଖରାପ ପାଣି ଲୋକଙ୍କୁ ସପ୍ଲାଏ ଦିଆଯାଉଥିଲା। ଏହି ପାଣି ପିଇ ଲୋକ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଥିବା ସୂଚନା ଦେଲେ ବଲାଙ୍ଗୀର ସିଡିଏମଓ । ସେପଟେ ଲୋକଙ୍କ ଚିକିତ୍ସା ପାଇଁ ମେଡିକାଲ ସ୍ବତନ୍ତ୍ର ଟିମ ଗାଁରେ ପହଞ୍ଚି ସ୍ଥିତିରେ ସୁଧାର ଅଣା ଯାଇଛି। ତେବେ ଲୋକ ସୁସ୍ଥ ଥିବା ସହ ସେମାନଙ୍କ ଚିକିତ୍ସା ଚାଲିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.