Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||
  • ନିଆଳି : ଭାରସାମ୍ୟ ହରାଇ ନାଳକୁ ଖସିପଡିଲା ଟ୍ରକ୍ : ଜଣେ ମୃତ, ଦୁଇ ଗୁରୁତର
  • ||
  • ମୁନିଗୁଡା : ଅପରେସନ୍ ଗ୍ରୀନ୍ କ୍ଲିନ୍, ୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଢେଙ୍କାନାଳ : ଚାଷୀଙ୍କୁ କଚାଡି ମାରିଲା ଦନ୍ତା, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ
  • ||
  • ହରିୟାଣାର ସ୍ୱାସ୍ଥ୍ୟ ମନ୍ତ୍ରୀ କୋରୋନା ପଜିଟିଭ୍‌ ଚିହ୍ନଟ, ‘କୋଭାକ୍ସିନ୍‌’ର ପରୀକ୍ଷାମୂଳକ ଟିକା ନେଇଥିଲେ ଅନିଲ ଭିଜ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||

ପାଣି ପାଇଁ ଭୁବନେଶ୍ବରରେ ହାହାକାର, ଗୋଟିଏ ବୋତଲ ପିଇବା ପାଣିକୁ ୭୦ଟଙ୍କା

5/05/2019 at 1:04 PM

ଭୁବନେଶ୍ବର ୫|୫: ବାତ୍ୟା ‘ଫନି’ ପାଇଁ ଯମ ଯନ୍ତ୍ରଣା ଭୋଗୁଛନ୍ତି ରାଜଧାନୀବାସୀ । ବର୍ଷା ପବନରେ ଘରଦ୍ବାରର ଅବସ୍ଥା ଯାହା ହୋଇଛି ନକିବା ଭଲ । ତେବେ ବାତ୍ୟା ପରେ ଯେଉଁ ସମସ୍ୟା ଉପୁଜିଛି ତାହା ବାତ୍ୟାକୁ ବଳି ଯାଇଛି । ପାଣି ପାଇଁ ରାଜଧାନୀରେ ହାହାକାର । ମୁନ୍ଦାଏ ପାଣି ଲୋକେ ଡହଲ ବିକଳ ହେଉଛନ୍ତି ରାଜଧାନୀବାସୀ । ଗୋଟିଏ ବୋତଲ ପାଣିକୁ ୭୦ଟଙ୍କାରେ ଲୋକ କିଣୁଥିବାର ଦେଖିବାକୁ ମିଳିଛି । ଚଢା ଦାମ୍ ରେ ମଧ୍ୟ ଲୋକମାନେ ପାଣି କିଣୁଛନ୍ତି । ଏଥିପ୍ରତି ବିଏମସିର ନିଘା ନାହିଁ । ପ୍ରଶାସନିକ ଅଧିକାରୀବି କବାଟ କିଳି ରହିଛନ୍ତି । ବିଶେଷ କରି ବରମୁଣ୍ଡା ବାସିନ୍ଦା ପାଣି ପାଉ ନାହାନ୍ତି ।

ସେହିପରି ବିଜୁଳି ଭତ୍ତିଭୂମିରେ ବିଶାଳ କ୍ଷତି । ଅନ୍ଧାରରେ ୩୫ ଲକ୍ଷ ଲୋକ । ଫନି ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି ଉପକୂଳ ଓଡ଼ିଶାରେ ବିଦ୍ୟୁତ ବ୍ୟବସ୍ଥା । ୪୦୦ କେଭି, ୨୦୦ କେଭି ଟାୱାର, ଗ୍ରୀଡ୍  ସବଷ୍ଟେସନ, ୧୧ କେଭି ଲାଇନ ସବୁ ଉପୁଡ଼ି ଯାଇଛି । ବାତ୍ୟା ପ୍ରଭାବରେ ରାଜ୍ୟର ଅନେକ ଅଞ୍ଚଳ କ୍ଷତିଗ୍ରସ୍ତ ହୋଇଛି । କିନ୍ତୁ ପୁରୀ, ଭୁବନେଶ୍ବର, କଟକ ଓ ଖୋର୍ଦ୍ଧାରେ ସର୍ବାଧିକ କ୍ଷତି ହୋଇଛି । ୩୫ ଲକ୍ଷରୁ ଅଧିକ ବିଦ୍ୟୁତ୍ ଉପଭୋକ୍ତା ଓ ବିଭିନ୍ନ ଅନୁଷ୍ଠାନ ପ୍ରଭାବିତ ହୋଇଛି । ବିଦ୍ୟୁତ୍ ସଂକ୍ରାନ୍ତୀୟ ଅଭିଯୋଗ ପାଇଁ ସ୍ବତନ୍ତ୍ର ହେଲ୍ପଲାଇନ ମଧ୍ୟ କରାଯାଇଛି । ଯାହା ମାଧ୍ୟମରେ ଲୋକେ ବିଦ୍ୟୁତ ବିଭାଗ ସହିତ ଯୋଗଯୋଗ କରିପାରିବେ ।

   Related Posts