Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସ୍ବାଧୀନତାର ୭୧ବର୍ଷ ପରେ ବି ନାଳ, ଚୁଆ ଓ ପୋଖରୀ ପାଣି ଭରସାରେ ଗାଁ ଲୋକେ

26/07/2021 at 5:27 PM

କେନ୍ଦୁଝର ୨୬।୭: କେନ୍ଦୁଝର ଜିଲ୍ଲାର ଅଧିକାଂଶ ଅଞ୍ଚଳରେ ଲୋକେ ବର୍ଷ ତମାମ ପାଣି ଟୋପାଏ ପାଇଁ ଡହଳ ବିକଳ ହୁଅନ୍ତି। ଜିଲ୍ଲାରେ ଏପରି ଅନେକ ଅଞ୍ଚଳ ରହିଛି ଯେଉଁଠାରେ ସରକାରଙ୍କର ବିକାଶମୁଖୀ ଯୋଜନା ଏବେବି ଅପହଞ୍ଚ । ଅନ୍ୟାନ୍ୟ ସୁବିଧା ସୁଯୋଗ ତ ଦୂରର କଥା ଜିଲ୍ଲାର ଆଦିବାସୀମାନଙ୍କ ଭାଗ୍ୟରେ ପିଇବାକୁ ସାମାନ୍ୟ ଶୁଦ୍ଧ ପାଣି ଟୋପାଏ ମିଳିବା ବି ସାତସପନ।  ଫଳରେ ପିଇବା ତ ଦୂରର କଥା ଶୌଚ ହେବାକୁ ବି ଅନୁପଯୁକ୍ତ ଅଳିଆ ଆବର୍ଜନା ଭରା ମଇଳା ପାଣି ପିଇ ସେମାନଙ୍କୁ ବଞ୍ଚିବାକୁ ପଡୁଛି। ଏପରି ଏକ ଅଞ୍ଚଳ ହେଲା କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୧୭କି.ମି. ଦୂର ବାଂଶପାଳ ବ୍ଲକର ତଳକଇଁଶାରୀ ଗ୍ରାମ ପଞ୍ଚାୟତର ଉପରକଇଁଶାରୀ ଗାଁ । ଏଠିକାର ଆଦିବାସୀମାନେ ସ୍ବାଧୀନତା ର ୭୧ବର୍ଷ ପରେ ବି ଏହି ଗାଁର ଲୋକେ ଏବେ ବି ଜଙ୍ଗଲିଆ ନାଳ, ଚୁଆ ଓ ପୋଖରୀର ଗୋଳିଆ ପାଣି ପିଇ ସେମାନଙ୍କ ଶୋଷ ମେଣ୍ଟାଉଛନ୍ତି।

ଏସିଆ ମହାଦେଶର ସବୁଠାରୁ ଅଧିକ ଖଣି ସମ୍ପଦ ଗଛିତ ଥିବା ଜିଲ୍ଲା ହେଉଛି କେନ୍ଦୁଝର ଜିଲ୍ଲା। ଏହି କେନ୍ଦୁଝର ଜିଲ୍ଲା ମଧ୍ୟ ସବୁଠାରୁ ଧନୀ ଜିଲ୍ଲା ମଧ୍ୟରେ ପରିଗଣିତ ହୁଏ। ଏହି ଜିଲ୍ଲାରୁ ରାଜ୍ୟ ଓ କେନ୍ଦ୍ର ସରକାର କୋଟି କୋଟି ଟଙ୍କାର ରାଜସ୍ବ ପାଇଥାନ୍ତି। ଏହି ଜିଲ୍ଲାର ପଇସାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଲୋକ ଓ ରାସ୍ତାର ସୌନ୍ଦର୍ଯ୍ୟକରଣ ହୁଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଜିଲ୍ଲାରେ ଥିବା ଗାଁ ଲୋକେ ସାଧାରଣ ମୌଳିକ ସୁବିଧାରୁ ବଞ୍ଚିତ।

କେନ୍ଦୁଝର ଜିଲ୍ଲାର ଆଦିବାସୀ ବହୁଳ ବାଂଶପାଳ ବ୍ଲକର ଉପରକଇଁଶାରୀ ଗାଁ। ଏହି ଗାଁରେ ରୁହନ୍ତି ୧୦୦ରୁ ଉର୍ଦ୍ଧ୍ବ ପରିବାର ର ୩୦୦ ରୁ ଉର୍ଦ୍ଧ୍ବ ଲୋକ। ଏହି ଗାଁ ର ପ୍ରାୟ ସମସ୍ତେ ଶ୍ରମିକ ଶ୍ରେଣୀର ଲୋକ କିଏ ବାର ଦୁଆରେ ମୂଲ ମଜୁରୀ ଲାଗେତ କିଏ ଜଙ୍ଗଲରୁ କାଠ, ପତ୍ର ସଂଗ୍ରହ କରି ଗୁଜୁରାଣ ମେଣ୍ଟାଇଥାନ୍ତି। ଗାଁରେ ରହିଛି ଗୋଟିଏ ନଳକୂପ ସେଥିରୁ ଆରମ୍ଭରୁ ହିଁ ପାଣି ବାହାରୁନାହିଁ। ଫଳରେ ଗାଁ ଲୋକେ ପାଣି ଟୋପାଏ ପାଇଁ ଡହଳ ବିକଳ ହେଉଛନ୍ତି। ଆଉ ସାମାନ୍ୟ ଶୁଦ୍ଧ ପିଇବା ପାଣି ଟୋପାଏ ଏଠି ଏମାନଙ୍କ ଭାଗ୍ୟରେ ଜୁଟେ ନାହିଁ । ଫଳରେ ଗାଁ ଲୋକ ବାଧ୍ୟ ହୋଇ ଗାଁଠାରୁ ଦୁଇ କିଲୋମିଟର ଦୂରରେ ଜଙ୍ଗଲ ମଧ୍ୟରେ ଥିବା ଏକ ନାଳରୁ ଚୁଆ ଖୋଳି ସେଥିରୁ ହିଁ ପାଣି ସଂଗ୍ରହ କରି ବ୍ୟବହାର କରନ୍ତି। ଚୁଆର ପାଣି ବି ଏତେ କାଦୁଅ ଓ ମଇଳା ଯେ ତାହା ଶୌଚ କରିବା ଯୋଗ୍ୟ ନୁହେଁ ହେଲେ ଗାଁ ଲୋକେ ବାଧ୍ୟ ହୋଇ ଏହି ପାଣି ବ୍ୟବହାର କରିବାକୁ ବାଧ୍ୟ ହୁଅନ୍ତି।

ଏହି ପାଣି ପିଇକି ଲୋକମାନେ ବିଭିନ୍ନ ଅଜଣା ରୋଗରେ ଆକ୍ରାନ୍ତ ହେଉଥିବା ଲୋକ ଅଭିଯୋଗ କରିଛନ୍ତି। ଏପରିକି ଲୋକଙ୍କ ପାଖରେ ଚିକିତ୍ସା ପାଇଁ ଅର୍ଥ ନଥିବାରୁ ଲୋକେ ଅର୍ଥାଭାବରେ ଚିକିତ୍ସିତ ହୋଇନପାରି ଚେଙ୍କ ଭଳି କୁତ୍ସିତ ଅନ୍ଧ ବିଶ୍ବାସକୁ ଆପଣେଇ ଅନେକ ଜୀବନ ହାରିଲେଣି ଓ ଏକାଧିକ ଲୋକେ ମଧ୍ୟ ମୃତ୍ୟୁ ଅପେକ୍ଷାରେ ରହିଛନ୍ତି। ଗାଁ ନିକଟରେ ଥିବା ଏକ କାଦୁଅ ଭରା ପୋଖରୀ ପାଣିରେ ଲୋକେ ଗାଧୁଆ ପାଧୁଆ କରିବାକୁ ବାଧ୍ୟ ହୁଅନ୍ତି।   ହେଲେ ଓଏମସି ଖଣି ସଂସ୍ଥା ପକ୍ଷରୁ ଏହି ଗାଁରେ ପଣି ଯୋଗାଇ ଦେବାକୁ ଏକ ଟ୍ୟାଙ୍କରର ବ୍ୟବସ୍ଥା କରିଛି ମାତ୍ର ତାହା ସମୁଦ୍ରକୁ ଶଙ୍ଖେ ଭଳି ସମସ୍ତଙ୍କୁ ପାଣି ମିଳେନାହିଁ ଓ ତାହା ପୁଣି ଦିନେ ମିଳିଲେ ଦୁଇ ଦିନ ନାହିଁ।

   Related Posts