ଖରା ଦିନ ଆସିବା ଆଗରୁ ଜଳ ସଙ୍କଟ ; ପାଣି ମୁନ୍ଦାଏ ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି ଲୋକେ

Published By : Prameya-News7 Bureau | January 12, 2019 IST

ପାରଳାଖେମୁଣ୍ଡି ୧୨|୧: ଖରା ଦିନ ଆସିବା ଆଗରୁ ଦେଖାଦେଇଛି ଜଳ ସଙ୍କଟ । ପାଣି ମୁନ୍ଦାଏ ପାଇଁ ନାହିଁନଥିବା ହଇରାଣ ହେଉଛନ୍ତି ଲୋକେ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପାଳିକାର ୧୪ ନମ୍ବର ୱାର୍ଡରେ ଦେଖିବାକୁ ମିଳିଛି ଏଭଳି ସମସ୍ୟା । ବାରମ୍ବାର ଅଭିଯେ।ଗ ପରେ ବି ବିଭାଗୀୟ କର୍ତ୍ତୃପକ୍ଷ ଶୁଣୁନଥିବା ଅଭିଯେ।ଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

{"id":73076}

ପାଣି ପାଇଁ ହାହାକାର । ପୁଷ ମାସରେ ଉତ୍କଟ ପାନୀୟ ଜଳ ସମସ୍ୟା । ୩ ମାସ ହେଲା ପିଇବା ପାଣି ପାଇଁ ହଇରାଣ ହେଉଛନ୍ତି ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌରପାଳିକାର ୧୪ ନମ୍ବର ୱାର୍ଡ ବାସୀ । ଜନ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଭିକଟ୍ରି କଲେ।ନୀ ବାସୀଙ୍କୁ ପାନୀୟ ଜଳ ଯେ।ଗାଇ ଦିଆଯାଉଥିଲା । ହେଲେ ହଠାତ୍ ପାଣି ଦେବା ବନ୍ଦ କରି ଦେଇଛି ଜନ ସ୍ବାସ୍ଥ୍ୟ ବିଭାଗ ।

{"id":73077}

ଏଥିରେ ଅତିଷ୍ଠ ହେ।ଇ ଜନ ସ୍ବାସ୍ଥ୍ୟ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଥିଲେ ମହିଳାମାନେ । ଖରା ଦିନ ନଆସୁଣୁ ଏଭଳି ଅବସ୍ଥା । ଆଗକୁ ଆହୁରି ସ୍ଥିତି ବିଗିଡିବ । ତେଣୁ ତୁରନ୍ତ ପାନୀୟ ଜଳ ନଦେଲେ ଆନ୍ଦେ।ଳନ ଆଗକୁ ଆହୁରି ତେଜିବ ବୋଲି ଚେତାବନୀ ଦେଇଛନ୍ତି ଅଂଚଳବାସୀ । ସେପଟେ ଲୋକଙ୍କ ସମସ୍ୟାକୁ ମାନିଛନ୍ତି ନିର୍ବାହୀ ଯନ୍ତ୍ରୀ । ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ୟା ସମାଧାନ କରାଯିବ ବୋଲି ସେ କହିଛନ୍ତି ।

{"id":73078}

ଏଥର କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଫାଙ୍କା ପ୍ରତିଶୃତିକୁ ଆଉ ବରଦାସ୍ତ କରିବା ମୁଡରେ ନାହାନ୍ତି ଏମାନେ । ଦାବି ପୂରଣ ନହେଲେ ଆନ୍ଦୋଳନ ବ୍ୟାପକ ହେବ ବୋଲି ଚେତାବନୀ ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.