ଛିଡା ହୋଇ ପାଣି ପିଇଲେ ଶରୀରର ଏହି ଅଙ୍ଗରେ ପଡେ ପ୍ରଭାବ, ସ୍ୱାସ୍ଥ ପାଇଁ ହୋଇପାରେ କ୍ଷତିକାରକ
4/04/2019 at 11:48 AM

ଆଜିକାଲିର ଧାଁ ଦୌଡ ଜୀବନରେ ଲୋକେ ଚାଲୁ ଚାଲୁ ମଧ୍ୟ ଖାଇବା ପିଇବା କରନ୍ତି। ଲୋକଙ୍କ ପାଖରେ ପାଣି ପିଇବା ପାଇଁ ମଧ୍ୟ ସମୟ ନଥାଏ। ତେଣୁ ସମୟ ଅଭାବରୁ କେବେ କେବେ ଲୋକେ ଠିଆ ହୋଇ ଓ ଚାଲୁ ଚାଲୁ ପାଣି ପିଅନ୍ତି। କିନ୍ତୁ ଏହି ଅଭ୍ୟାସ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ।

ଠିଆ ହୋଇ ପାଣି ପିଇବାର ପରିଣାମ ବହୁତ ଖରାପ ହୋଇଥାଏ। ଠିଆ ହୋଇ ପାଣି ପିଇଲେ କିଡନୀ ଉପରେ ଖରାପ ପ୍ରଭାବ ପଡିଥାଏ। ଏହା ସହ ଆର୍ଥରାଇଟିସ୍ ରୋଗର ସମସ୍ୟା ମଧ୍ୟ ହୋଇପାରେ। ଠିଆ ହୋଇ ପାଣି ପିଇଲେ ଖାଦ୍ୟନଳୀ ଉପରେ ଚାପ ପଡିଥାଏ। ପାଣି ପେଟକୁ ଗଲା ବେଳେ ଆଖପାଖ ଅଂଗ ଓ ପେଟ ଉପରେ ଖରାପ ପ୍ରଭାବ ପଡିଥାଏ।

କିଡନୀର କାମ ପାଣିକୁ ଛାଣିବା ହୋଇଥାଏ କିନ୍ତୁ ଠିଆ ହୋଇ ପାଣି ପିଇଲେ ଏହା ଠିକ୍ ଭାବେ ଛାଣି ହୁଏ ନାହିଁ। ଫଳରେ ୟୁରିନ ସଫା ନହୋଇ କିଡନୀରେ ମଇଳା ରହିଯାଏ। ଏହା ଦ୍ବାରା ୟୁରିନ ଇନଫେକ୍ସନ ଓ ପରିସ୍ରାରେ ଜଳା ପୋଡା ହୋଇଥାଏ।

ତେଣୁ ପାଣି ବସିକରି ପିଇବା ଉଚିତ୍। ଯେତିକି ପାଣି ଶରୀରରେ ରହିବା ଉଚିତ୍ ସେତିକି ମାତ୍ରାରେ ରହି ବାକି ପାଣି ପରିସ୍ରାରେ ବାହାରିଯାଇଥାଏ।
Related Posts
ସାବଧାନ ! ଦିନକୁ ଅଳ୍ପ ମାତ୍ରାରେ ଆଲକହଲ୍ ବି ବଢାଇଥାଏ ହୃଦ୍ ଜନିତ ସମସ୍ୟା
14 January 2021