ନ୍ୟୁୟର୍କ ବୈଜ୍ଞାନିକଙ୍କ ମତ: ପ୍ଲାଷ୍ଟିକ ବୋତଲରେ ପାଣି ପିଇଲେ ନପୁଂଶକ ହେବା ଆଶଂକା ଅଧିକ, ଜାଣନ୍ତୁ କାହିଁକି

Published By : Prameya-News7 Bureau | November 13, 2019 IST

ନୂଆଦିଲ୍ଲୀ୧୩/୧୧: ସାଧାରଣତଃ ଅଧିକାଂଶ ଲୋକ ପ୍ଲାଷ୍ଟିକ ବୋତଲରେ ପାଣି ପିଅନ୍ତି। କିନ୍ତୁ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପ୍ରତି କ୍ଷତି କାରକ ବୋଲି ଲୋକେ ଉଣାଅଧିକେ ଜାଣିଛନ୍ତି। ନିକଟରେ ଏକ ଗବେଷଣାରୁ ଜଣାପଡ଼ିଛି ଯେ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ସ୍ବାସ୍ଥ୍ୟପ୍ରତି କ୍ଷତିକାରକ। ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା ପୁରୁଷ ଓ ନାରୀ ଉଭୟ ନପୁଂଶକ ହେବାର ବହୁ ଆଶଂକା ରହିଥାଏ। କିନ୍ତୁ ପ୍ଲାଷ୍ଟିକ ବୋତଲରେ କ’ଣ ଏପରି ରହିଛି ଯାହା ମଣିଷର ଶରୀରର ଏତେ ବଡ଼ କ୍ଷତି କରିପାରେ ଆସନ୍ତୁ ଜାଣିବା।…

ସୂଚନାଯୋଗ୍ୟ ଯେ ନ୍ୟୁୟର୍କ ବିଶ୍ବ ବିଦ୍ୟାଳୟ ଗବେଷକମାନେ ପ୍ଲାଷ୍ଟିକ ବୋତଲ ଉପରେ ଏକ ଗବେଷଣା କରିଥିଲେ। ଏଥିରୁ କ୍ଷତି କାରକ କେମିକାଲ ମିଳିଥିଲା ଯାହା ପୁରୁଷର ହର୍ମୋନାଲ ସିଷ୍ଟମ (Hormonal system) ପ୍ରତି ବହୁତ କ୍ଷତି କ୍ଷାରକ ହୋଇଥାଏ। ଏହି କେମିକାଲ ଦ୍ବାରା ଶରୀରର ହର୍ମୋନାଲ ସିଷ୍ଟମ ପ୍ରଭାବିତ ହୋଇଥାଏ।  ଯାହା ଦ୍ବାରା ପୁରୁଷ ନପୁଂସକ ହେବାର ବହୁତ ସମ୍ଭାବନା ରହିଛି।

ଆମେରିକାର ୫ ହଜାରରୁ ଅଧିକ ଲୋକଙ୍କୁ ନେଇ ଏହି ଗବେଷଣା ହୋଇଥିଲା। ପ୍ଲାଷ୍ଟିକ ବୋତଲରେ ପାଣି ପିଉଥିବା ଲୋକଙ୍କ ପରିଶ୍ରା( Urin) ନମୂନା ଯାଞ୍ଚ ପରେ ଏଭଳି ତଥ୍ୟ ସାମ୍ନାକୁ ଆସିଥିଲା।  ଗବେଷକଙ୍କ କହିବା ଅନୁସାରେ ପୁରୁଷ ଓ ମହିଳା ଉଭୟ ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ବାରା ନପୁଂସକ ହେବା ସମ୍ଭାବନା ରହିଥାଏ। ଏଥିସହ ବିଭିନ୍ନ ପ୍ରକାର ରୋଗ ମଧ୍ୟ ଆକ୍ରାନ୍ତ କରିଥିବା କଥା ନ୍ୟୁୟର୍କ ଗବେଷକ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.