Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ

12/04/2021 at 3:00 PM

ଭୁବନେଶ୍ବର ୧୨।୪: ଖରା ପାଇଁ ପାନୀୟ ଜଳ ବିଭାଗର ଛୁଟି ବାତିଲ । ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି ରାଜ୍ୟ ସରକାର । ଅଚଳ ନଳକୂପ ସ୍ଥାନରେ ନୂଆ ନଳକୂପ ବସାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଏ ନେଇ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ଯେଉଁଠି ନଳକୂପ ମରାମତି କରାଯାଇ ପାରିବ ନାହିଁ ସେଠି ନୂଆ ଲଗାଯିବ । ୭୦ ଜଣ ଜନସଂଖ୍ୟା ଥିବା ଛୋଟ ଗାଁରେ ବି ନଳକୂପ ବସାଯିବ । ମେଗା ୱାଟର ସପ୍ଲାଏ ଓ ସିଙ୍ଗସ ୱାଟର ସପ୍ଲାଏ ଯୋଜନାରେ ଘରେ ଘରେ ପାଣି ଯୋଗାଇବା ପାଇଁ ଯୋଜନା କରାଯାଇଛି । ବ୍ଲକ୍ ସ୍ତରରେ ଟିମ୍ କରାଯାଇଛି, ମୋବାଇଲ୍ ଭ୍ୟାନ୍ ବ୍ୟବସ୍ଥା କରାଯାଇଛି, ଏମାନେ ନଳକୂପ ମରାମତି କାମ କରିବେ । ବଡ ବ୍ଲକରେ ୨ଟି ଟିମ୍ ନିୟୋଜିତ ହୋଇଛି । ସୋଲାର ୱାଟର ପମ୍ପ୍ ଚଳାଇବା ପାଇଁ ୧୫ ଦିନ ମଧ୍ୟରେ ଏହାର ମରମତି ହେବ । ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି, ଏହି ନମ୍ବରରେ ଫୋନ୍ କରି ଅଭିଯୋଗ ଗ୍ରହଣ ହେବ । ପ୍ରତି ଶନିବାର ବ୍ଲକ ସ୍ତରରେ ଓ ପ୍ରତି ମଙ୍ଗଳବାର ଜିଲ୍ଲା ସ୍ତରରେ ଏହାର ରିଭ୍ୟୁ ହେବ । ୧୧୪ଟି ସହରାଞ୍ଚଳରେ  ୬୫୦ଟି ହଟ୍ ସ୍ପଟ୍ ରହିଛି, ଯେଉଁଠି ପିଇବା ପାଣିର ଅବ୍ୟବସ୍ଥା ରହିଛି । ୧୨ ଲକ୍ଷ ୧୭ ହଜାର ଘରକୁ ୮ ଲକ୍ଷ ୩୦ ହଜାର ଲୋକଙ୍କୁ ପାଇପ୍ ଯୋଗେ ପିଇବା ପାଣି ଯୋଗା ହେଉଛି । ୩୬୯୦୦ ନଳକୂପ ମରାମତି ପାଇଁ ପଦକ୍ଷେପ ନିଆଯାଇଛି । ସବୁ ସହରାଞ୍ଚଳରେ ୧୫୬ଟି କଣ୍ଟ୍ରୋଲ ରୁମ୍ ଓ ମୋ ସରକାର କେନ୍ଦ୍ର ଖୋଲାଯାଇଛି । ୪୮ ଘଣ୍ଟାରେ ସମସ୍ୟାର ସମାଧାନ କରାଯିବ । ୨ଟି  ଟୋଲ୍ ଫ୍ରି ନଂବର ୧୫୫୩୫୯ ଓ ୧୮୦୦୩୪୫୬୭୮୩ ଜାରି କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି ।

   Related Posts