Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ କରୋନା ପଜିଟିଭ୍, ୨୯୦ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଢେଙ୍କାନାଳ : ପଞ୍ଚାୟତ ସମିତି ସଭ୍ୟଙ୍କୁ ଗୁଳି କରି ହତ୍ୟା, ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ !
  • ||
  • କଟକ : ହାତୀ ଆକ୍ରମଣରେ ଜଣେ ମୃତ, କୂଳକୁ ଫେରିବା ବାଟରେ ମାରିଥିଲା ଦନ୍ତା
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୦୨ କୋଭିଡ୍ ପଜିଟିଭ୍
  • ||

ଭୁଲରେ ସୁଦ୍ଧା ପିଅନ୍ତୁ ନାହିଁ କଞ୍ଚା କ୍ଷୀର, ଶରୀରରେ ହୋଇପାରେ ଏହି ଗମ୍ଭୀର ସମସ୍ୟା

24/07/2021 at 12:05 PM

ନୂଆଦିଲ୍ଲୀ ୨୪/୦୭ : କ୍ଷୀର ଆମ ସ୍ୱାସ୍ଥ୍ୟ ପାଇଁ ଏକ ପୁଷ୍ଟିକର ପାନୀୟ । ପ୍ରତିଦିନ ଏକ ଗ୍ଲାସ୍ କ୍ଷୀର ପିଇବା ଦ୍ୱାରା ଆମ ଶରୀରରେ ପ୍ରୋଟିନ୍ ଏବଂ କ୍ୟାଲସିୟମ୍ ପରିମାଣ ପୂରଣ ହୋଇଥାଏ । ଏହା ବ୍ୟତୀତ କ୍ଷୀର ମଧ୍ୟ ହାଡକୁ ମଜବୁତ କରିଥାଏ । କ୍ଷୀରରେ ଅନେକ ପୋଷକ ତତ୍ତ୍ୱ ଏବଂ ଏନଜାଇମ୍ ଥାଏ ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

PunjabKesari

ଅଧିକାଂଶ ଲୋକ ସିଝା କ୍ଷୀର ପିଇଥାନ୍ତି, କିନ୍ତୁ କିଛି ଲୋକ ଅଛନ୍ତି ଯେଉଁମାନେ କଞ୍ଚା କ୍ଷୀର ପିଇବାକୁ ପସନ୍ଦ କରିଥାନ୍ତି । କଞ୍ଚା କ୍ଷୀର ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ବୋଲି ବିଶ୍ୱାସ ରହିଛି, କିନ୍ତୁ ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ କଞ୍ଚା କ୍ଷୀର ଫିଇବା ଦ୍ୱାରା ଶରୀରରେ ଅନେକ ସମସ୍ୟା ସୃଷ୍ଟି ହୋଇଥାଏ।

PunjabKesari

FDA ଅନୁଯାୟୀ, ଯେକୌଣସି ପ୍ରାଣୀର କ୍ଷୀରରେ ସଲମୋନେଲା, ଇ କୋଲି, ଲିଷ୍ଟେରିଆ ପରି କ୍ଷତିକାରକ ଜୀବାଣୁ ରହିଥାଏ, ଯାହାକୁ ଫୁଟାଇବା ବିନା ଫିଇଲେ ବିଷାକ୍ତ ହୋଇଥାଏ । ଆସନ୍ତୁ ଜାଣିବା କଞ୍ଚା କ୍ଷୀର ପିଇବାର ସାଇଡ୍ ଇଫେକ୍ଟ ବିଷୟରେ-

-କଞ୍ଚା କ୍ଷୀରରେ ଅନେକ ପ୍ରକାରର ଜୀବାଣୁ ରହିଥାଏ ଯାହା ଆମ ଶରୀରରେ ପ୍ରବେଶ କରି ସାଇଡ୍ ଇଫେକ୍ଟ କରିଥାଏ ଯେପରିକି ଡାଇରିଆ, ଡିହାଇସଡ୍ରେନ୍, ଗୁଇଲେନ୍-ବାରେ ସିଣ୍ଡ୍ରୋମ ଏବଂ ହେମୋଲାଇଟିକ୍ ୟୁରେମିକ୍ ସିଣ୍ଡ୍ରୋମ ଭଳି ଗମ୍ଭୀର ସମସ୍ୟା ସୃଷ୍ଟି କରିଥାଏ ।

-ଯେତେବେଳେ କଞ୍ଚା କ୍ଷୀର ବାହାର କରାଯାଇଥାଏ, ଏହି କ୍ଷୀର ପଶୁ ଉଦର କିମ୍ବା ବେଳେବେଳେ ପଶୁ ମଳ ସଂସ୍ପର୍ଶରେ ଆସିଥାଏ, ଯେଉଁ କାରଣରୁ କ୍ଷୀର ଦୂଷିତ ହୋଇଥାଏ, ତେଣୁ ଏହାକୁ ସିଧାସଳଖ ପିଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ ।

-ଇମ୍ୟୁନିଟି କମ୍ ଥିବା ଲୋକ, ଶିଶୁ ଏବଂ ଯୁବକମାନଙ୍କ ପାଇଁ କଞ୍ଚା କ୍ଷୀର ଅଧିକ କ୍ଷତିକାରକ ହୋଇଥାଏ ।

-ଏହାକୁ ପିଇବା ଦ୍ୱାରା ବାନ୍ତି ଭଳି ସମସ୍ୟା ସୃଷ୍ଟି କରିଥାଏ ।

-କଞ୍ଚା କ୍ଷୀରରେ ଅନେକ ଜୀବାଣୁ ରହିଥା’ନ୍ତି ଯାହା ଟିବି ସହିତ ଅନେକ ମାରାତ୍ମକ ରୋଗ ମଧ୍ୟ କରିଥାଏ ।

-କଞ୍ଚା କ୍ଷୀର ପିଇବା ଶରୀରର ଏସିଡ୍ ସ୍ତର କଣ୍ଟ୍ରୋଲ୍ ହୋଇନଥାଏ ଏବଂ ଶରୀରରେ ଅମ୍ଳର ପରିମାଣ ବଢିଯାଇଥାଏ ।

   Related Posts