ଆପଣ ସବୁ ଜିନିଷ ଭୁଲି ଯାଉଛନ୍ତି କି ? କମଳା ରସ ବଢ଼ାଇବ ସ୍ମରଣଶକ୍ତି

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪/୧୧: ବୟସ ବଢ଼ିବା ସହ ସ୍ବରଣଶକ୍ତି ଦୁର୍ବଳ ହୋଇଯିବା ଏବଂ ସବୁ ଜିନିଷ ଭୁଲିଯିବା ଏକ ସାଧାରଣ ସମସ୍ୟା କିନ୍ତୁ ଯଦି ଆପଣ ଚାହିଁବେ ଯେ ବୃଦ୍ଧାବସ୍ଥାରେ ଆପଣଙ୍କ ସ୍ମରଣଶକ୍ତି ଦୁର୍ବଳ ନ ହେଉ ତେବେ ଆପଣଙ୍କୁ ଏଥିପାଇଁ କିଛି ଜିନିଷ ଯୁବାବସ୍ଥାରେ ଖାଇବାକୁ ପଡ଼ିବ। ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଯେଉଁମାନେ ସବୁଜ ପନି ପରିବା,ନାରଙ୍ଗୀ ଏବଂ ଲାଲ ରଙ୍ଗବିଶିଷ୍ଟ ପରିବା,ଷ୍ଟ୍ରବେରୀ,ବ୍ଲାକବେରୀ ଏବଂ ବ୍ଲୁବେରୀ ଆଦି ଫଳ ଖାଇବା ସହ କମଳାର ଜୁସ୍ ଖାଇଥାନ୍ତି ତାଙ୍କର ବୃଦ୍ଧାବସ୍ଥାରେ ସ୍ବରଣଶକ୍ତି ଦୁର୍ବଳ ହେବାର ଆଶଙ୍କା କମ୍ ଥାଏ। ବୃଦ୍ଧାବସ୍ଥାର ୨୦ବର୍ଷ ପୂର୍ବରୁ ଏହି ସବୁ ଜିନିଷ  ଖାଇଲେ ଏହି ସବୁ ସମସ୍ୟା ଦୂର ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.