ଓଜନ କମାଇବାକୁ ଚାହୁଁଛନ୍ତି କି : ତେବେ କଫିରେ ନଡ଼ିଆ ତେଲ ମିଶାଇ ପିଅନ୍ତୁ

Published By : Prameya-News7 Bureau | March 09, 2019 IST

ଅଧିକାଂଶ ଲୋକ ପ୍ରତି ଦିନ କଫି ନ ପିଇଲେ ରହି ପାରନ୍ତି ନାହିଁ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ କଫିରେ ଅତ୍ୟଧିକ ପାର୍ଶ୍ବପ୍ରତିକ୍ରିୟା ହୋଇଥାଏ। ଯଦି ଆପଣ ପୂରାପୂରି କଫି ଛାଡ଼ିପାରୁନାହାନ୍ତି ତେବେ ଆପଣ କଫିର ମାତ୍ରା ଟିକେ କମାଇ ଦିଅନ୍ତୁ। କିନ୍ତୁ ଏବେ କଫି ପସନ୍ଦ କରୁଥିବା ଲୋକଙ୍କ ପାଇଁ ଖୁସିର ଖବର ଅଛି। ଏବେ ଆପଣ ବିନା କୈାଣସି କ୍ଷତିରେ ଆରାମରେ କଫି ପିଇପାରିବେ। ଏବଂ ଏଥିପାଇଁ ଆପଣଙ୍କୁ କେବଳ ଗୋଟିଏ କାମ କରିବାକୁ ପଡ଼ିବ। ତାହା ହେଉଛି କଫିରେ ନଡ଼ିଆ ତେଲ ମିଶାଇ ପିଇବେ।

{"id":91959,"width":592,"height":371}

ହଁ,ଆପଣ ଠିକ୍ ଶୁଣିଛନ୍ତି। କଫିରେ ନଡ଼ିଆ ତେଲ ମିଶାଇ ପିଇବାର ଅନେକ ଲାଭ ରହିଛି। ଏହା ଦ୍ବାରା ଶରୀରରେ ଉତ୍ତମ କୋଲେଷ୍ଟ୍ରୋଲର ମାତ୍ରା ବଢ଼ିଥାଏ ଯାହା ଦ୍ବାରା ଆପଣଙ୍କ ମେଟାବଲିଜମର ସ୍ତର ମଧ୍ୟ ବଢ଼ିଥାଏ। କଫିରେ ଥିବା କ୍ୟାଫିନ୍ ଏବଂ ନଡ଼ିଆ ତେଲରେ ଥିବା ଫ୍ୟାଟ୍ କଣ୍ଟେଣ୍ଟ ସହ ମିଶି ଏହା କରିଥାଏ। କଫି ଏବଂ ତେଲର ମିଶ୍ରଣରେ ଶରୀରରେ ଇନସୁଲିନ୍ ଭଲ ଭାବେ ବାଇଣ୍ଡ ହୋଇଥାଏ। ଏବଂ ରକ୍ତ ଶର୍କରା ମଧ୍ୟ ନିୟନ୍ତ୍ରଣରେ ରହିଥାଏ। ଏହା ମଧୁମେହ ରୋଗୀଙ୍କ ପାଇଁ ଉପଯୋଗୀ ହୋଇଥାଏ।

{"id":91960,"width":593,"height":337}

ଯେତେବେଳେ ଶରୀରରେ ମେଟାବଲିଜମର ରେଟ ବଢ଼ିଥାଏ ସେତେବେଳେ ଦ୍ରୃତ ଗତିରେ କ୍ୟାଲୋରୀ ବର୍ଣ୍ଣ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ଓଜନ କମିବାରେ ସହାୟକ ହୋଇଥାଏ। କଫି ଏବଂ ନଡ଼ିଆ ତେଲକୁ ଏକାଠି ମିଶାଇ ପିଇବା ଦ୍ବାରା ଅନେକ ଲାଭ ମିଳିଥାଏ। ଏହା ଦ୍ବାରା ପାଚନ କ୍ରିୟା ଠିକ୍ ଭାବେ ସମ୍ପାଦିତ ହୋଇଥାଏ। ଏହା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିଥାଏ।

{"id":91962,"width":591,"height":307}

ନଡ଼ିଆ ତେଲ ଏବଂ କଫିର ମିଶ୍ରଣ ପ୍ରସ୍ତୁତ କରିବା ଅତ୍ୟନ୍ତ ସହଜ। ଏଥିପାଇଁ ପ୍ରଥମେ ନିଜ କଫି ମଗରେ ୨ଚାମଚ ନଡ଼ିଆ ତେଲ ପକାନ୍ତୁ ଏବଂ ଉପରୁ ଗରମ ଗରମ ନଡ଼ିଆ ତେଲ ମଗରେ ପକାନ୍ତୁ। ଏବେ ଏହାକୁ ଭଲ ଭାବେ ମିକ୍ସ କରି ପିଅନ୍ତୁ।

{"id":91965,"width":594,"height":396}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.