Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାବଧାନ ମଦୁଆ: ରାଜଧାନୀ ରାସ୍ତାଘାଟରେ ପିଇଲେ ଜେଲ ଆଉ ଜୋରିମନା

3/09/2018 at 6:30 PM

ଭୁବନେଶ୍ବର୩|୯: ରାସ୍ତା , ଶିକ୍ଷା ଅନୁଷ୍ଠାନ ଓ ମନ୍ଦିର ପିସରରେ ମଦ୍ୟପାନ କରୁଥିବା ମଦ୍ୟପ ମନାନେ ସାବଧାନ । କାରଣ ରାସ୍ତା ଉପରେ ମଦ ପିବା ମନା । ଏହି ଆଇନକୁ କଡା କଡି ଭାବେ ପାଳନ କରିବାକୁ ଅଣ୍ଟା ଭିଡିଛି କମିସନରେଟ ପୋଲିସ । ରବିବାର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମନ୍ଦିର ପରିସର ଓ ରାସ୍ତା ଉପରେ ଛିଡାହୋଇ ମଦ୍ୟପାନ କରୁଥିବା ଅନେକ ଲୋକଙ୍କୁ ଥାନାକୁ ଆଣି ଅଟକ ରଖିଥିଲା କମିସନରେଟ ପୋଲିସ । ରାଜଧାନୀର ବିଭିନ୍ନ ଥାନାରେ ପ୍ରାୟ ୭୦ଜଣଙ୍କୁ ଅଟକ ରଖିବା ପରେ ସେମାନଙ୍କ ନିକଟରୁ ୪୦ହଜାର ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଛି । ଏହି ଚଢାଉ ଆଗକୁ ଜାରି ରହିବ ବୋଲି କହିଛନ୍ତି ପୋଲିସ କମିସନର ।

   Related Posts