Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦିନକୁ ୮ଗ୍ଲାସ୍ ପାଣି ପିଇବା ଜରୁରୀ : କେଉଁ ସମୟରେ କେତେ ଗ୍ଲାସ୍ ପିଇବେ ପାଣି

23/05/2020 at 4:37 PM

ପାଣି ସମସ୍ତଙ୍କ ପାଇଁ ଅପରିହାର୍ଯ୍ୟ। ଆପଣ ଏହା ନିଶ୍ଚୟ ଶୁଣିଥିବେ ଦିନକୁ ୮-୧୦ଗ୍ଲାସ୍ ପାଣି ପିଇବା ଦ୍ବାରା ଶରୀରର ସମସ୍ତ କାର୍ଯ୍ୟ ଠିକଭାବେ ସଞ୍ଚାଳିତ ହୋଇଥାଏ। କିନ୍ତୁ ତଥାପି ଆମେ ଜାଣିନାହୁଁ ଯେ ପାଣି ପିଇବାର ଠିକ୍ ସମୟ କ’ଣ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ପାଣି ଜୀବନ ରକ୍ଷକ ପାନୀୟ। କିନ୍ତୁ ପାଣି ପିଇବାର ସମୟ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଯାହାକୁ ଜାଣିବା ଆବଶ୍ୟକ। ଆମେ ଶାରିରୀକ ଭାବେ ସୁସ୍ଥ ରହିବା ପାଇଁ ଜିମ୍ ଯାଇ ଅନେକ ଟଙ୍କା ଖର୍ଚ୍ଚ କରିଥାଉ ଏବଂ ହେଲଦି ଡାୟେଟ ମଧ୍ୟ ଫଲୋ କରିଥାଉ। କିନ୍ତୁ ଠିକ୍ ସମୟରେ ପାଣି ପିଇବା ଅଧିକ ଜରୁରୀ ହୋଇଥାଏ।

୧.ଉଠିବା ପରେ : ଉଠିବା ପରେ ପାଣି ପିଇଲେ ଶରୀରର ସମସ୍ତ ବିଷାକ୍ତ ଜିନିଷ ନିଷ୍କାସିତ ହୋଇଯାଇଥାଏ। ଏହା ଆପଣଙ୍କ ପାଚନ ଏବଂ ୟୁରିନାରୀ ଟ୍ରାକ୍ଟକୁ ମଜବୁତ କରିଥାଏ। ଏହା ସହିତ ଏହା ଆମ ଶରୀରକୁ ହାଇଡ୍ରେଟ୍ କରିବାରେ ସହାୟକ ହୋଇଥାଏ।

୨.ଓ୍ବାର୍କଆଉଟ୍ କରିବା ପରେ ଏବଂ ପୂର୍ବରୁ : ଓ୍ବାର୍କଆଉଟ୍ କରିବା ପରେ ଏବଂ ପୂର୍ବରୁ ଆପଣଙ୍କୁ ପାଣି ପିଇବା ନିଶ୍ଚୟ ଆବଶ୍ୟକ। ଓ୍ବାର୍କଆଉଟ୍ କରିବାବେଳେ ଶରୀରରୁ ଅତ୍ୟଧିକ ଝାଳ ବାହାରିଥାଏ ଯାହା ଫଳରେ ଶରୀରର ଆର୍ଦ୍ରତା କମିଯାଇଥାଏ। ଏହା ଆପଣଙ୍କୁ ଶକ୍ତି ମଧ୍ୟ ଦେଇଥାଏ।

୩.ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ : ଖାଦ୍ୟ ଖାଇବାର ଅଧ ଘଣ୍ଟା ପରେ ପାଣି ପିଇବା ଦ୍ବାରା ଆପଣ ଖାଦ୍ୟକୁ ସହଜରେ ହଜମ କରି ପାରନ୍ତି। ଏହା ସହିତ ଆପଣଙ୍କ ହଜମ କ୍ରିୟା ମଧ୍ୟ ଭଲ ଭାବେ ହୋଇଥାଏ।

୪.ଗାଧୋଇବା ପୂର୍ବରୁ : ଗାଧୋଇବା ପୂର୍ବରୁ ପାଣି ପିଇଲେ ଆପଣଙ୍କ ରକ୍ତଚାପ ନିୟନ୍ତ୍ରିତ ହୋଇଥାଏ। ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିମାନେ ଏପରି କଲେ ତାଙ୍କ ହାର୍ଟ ରେଟ୍ ଠିକ୍ ରହେ। ପାଣି ପିଇବା ଦ୍ବାରା ଶରୀରର ତାପମାତ୍ରା ରେଗୁଲେଟ୍ ହୋଇଥାଏ ଯାହା ଅନେକ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର କରିଥାଏ।

୫. ଶୋଇବା ପୂର୍ବରୁ : ଶୋଇବା ପୂର୍ବରୁ ପାଣି ପିଇଲେ ଆପଣଙ୍କ ଶରୀରରେ ଫ୍ଲୁଇଡ ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ ହୃଦ୍ ସମ୍ବନ୍ଧୀୟ ଏବଂ କିଡନି ସମ୍ବନ୍ଧୀୟ ସମସ୍ୟା ରହିଛି ତେବେ ଏପରି କରନ୍ତୁ ନାହିଁ କାରଣ ପାଣି ଆପଣଙ୍କ କିଡନି ଉପରେ ଚାପ ପକାଇଥାଏ ଏବଂ ଏହାକୁ ଦୁର୍ବଳ କରିଥାଏ।

   Related Posts