ମଦ୍ୟପଙ୍କ ଉତ୍ପାତ: ବୁଲେଟ୍ ଧରି ବୁଲୁଛନ୍ତି, ମଝି ରାସ୍ତାରେ ଯାତ୍ରୀଙ୍କୁ ହଟହଟା କରୁଛନ୍ତି, ମହିଳାଙ୍କୁ ବି ଛାଡୁ ନାହାନ୍ତି...

Published By : Prameya-News7 Bureau | November 15, 2020 IST


ବାଲିପାଟଣା୧୫/୧୧: ମଦ୍ୟପଙ୍କ ଆତଙ୍କରାଜ। ଭୁବନେଶ୍ଵର ଉପକଣ୍ଠ ବାଲିଅନ୍ତା ଥାନା ଅଧିନ ବାଳକାଟି ଅଞ୍ଚଳରେ ଘଟିଥିବା ଘଟଣା ପ୍ରମାଣ କରୁଛି ଯେ, ମଦ୍ୟପଙ୍କ ଉତ୍ପାତ ସୀମା ଟପୁଛି। ବାଳକାଟି ମଦନମୋହନ ମନ୍ଦିର ନିକଟରେ ଏକ ବୁଲେଟ ସହ ସ୍କୁଟି ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣା ପରେ ବୁଲେଟ୍‌ରେ ଯାଉଥିବା ତିନିଜଣ ଯୁବକଙ୍କ ମୁଣ୍ଡକୁ ପିତ ଚଢି ଯାଇଥିଲା। ମଦ୍ୟପାନ କରିଥିବା ଯୁବକମାନେ ସ୍କୁଟିରେ ଯାଉଥିବା ଯୁବକ ଏବଂ ଜଣେ ମହିଳାଙ୍କୁୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିବା ସହ ମାଡ ମାରିଥିଲେ।

ମଦ୍ୟପ ଯୁବକଙ୍କ ଆକ୍ରମଣରେ ସ୍କୁଟି ଚାଳକଙ୍କ ମୁଣ୍ଡ ଫାଟି ଯାଇଥିଲା। ସ୍ଥାନୀୟ କିଛି ବ୍ୟକ୍ତି ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ସ୍ଥାନୀୟ ଲୋକଙ୍କୁ ମଧ୍ୟ ମଦ୍ୟପ ଯୁବକମାନେ ଦୁର୍ବ୍ୟବହାର କରିଥିଲେ। ସ୍କୁଟି ଚାଳକ ଭୁଲ ସ୍ୱୀକାର କରିବା ପରେ ମଧ୍ୟ ମଦ୍ୟପ ଯୁବକମାନେ ଯୁବକକୁ ମାଡ ମାରିଥିଲେ। ଘଟଣାକୁ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.