ଏବେ ରେଷ୍ଟୁରାଣ୍ଟରେ ବସି ପିଇ ପାରିବେ ମଦ, କରୋନା ଟେନସନ୍‌ରେ ବି ସରକାରୀ ମଞ୍ଜୁରି

Published By : Prameya-News7 Bureau | August 20, 2020 IST

ନୂଆଦିଲ୍ଲୀ, ୨୦|୦୮:  କରୋନା ଭାଇରସ ସାରା ଦେଶରେ ଜନଜୀବନକୁ ପ୍ରଭାବିତ କରିଦେଇଛି । ଜୀବନଜିବାକା ଠପ୍ ହୋଇଯାଇଛି । ତେବେ ଅନଲକ୍ ପ୍ରକ୍ରିୟା ଚାଲିଥିବେ ବେଳେ ଅନେକ କିଛିକୁ କଟକଣାକୁ ମୁକ୍ତ କରାଯାଇଛି । ଏହାମଧ୍ୟରେ ଦିଲ୍ଲୀ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି ।

ଦିଲ୍ଲୀ ସରକାର ମଦ୍ୟପମାନଙ୍କ ପାଇଁ ଏକ ଉପହାର ପ୍ରଦାନ କରିଛନ୍ତି । ଏଣିକି ମଦ୍ୟପମାନେ ସାଇସେନ୍ସପ୍ରାପ୍ତ ରେଷ୍ଟୁରାଣ୍ଟ ଯାଇ ମଦ୍ୟପାନ କରିପାରିବେ । ରାଜସ୍ୱ ବୃଦ୍ଧି ପାଇଁ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହାସହ ସରକାରଙ୍କ ତରଫରୁ ହୋଟେଲ, ରେଷ୍ଟୁରାଣ୍ଟ ଓ ହୋଟେଲର କୋଠରୀ, କ୍ଲବରେ ମଦ୍ୟପାନ ପାଇଁ ଆବଶ୍ୟକୀୟ ଅନୁମତି ପ୍ରଦାନ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।

ଦିଲ୍ଲୀ ପ୍ରାକୃତିକ ବିପର୍ଯ୍ୟୟ ପ୍ରବନ୍ଧନ ପ୍ରାଧିକରଣ ବା ଡିଡିଏମଏ ବୁଧବାର ସହରର ହୋଟେଲ ଓ ସାପ୍ତାହିକ ବଜାର ଖୋଲିବା ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ ।ଡିଡିଏମଏ ପକ୍ଷରୁ ଆୟୋଜିତ ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ମଧ୍ୟ ଉପସ୍ଥିତ ଥିଲେ  । ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ହୋଇଥିଲା ।

ଉପରାଜ୍ୟପାଳ ଅନୀଲ ବୈଜଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଜିମ୍ ଖୋଲିବା ପ୍ରସ୍ତୁବାକୁ ମଞ୍ଜୁରି ମିଳିନଥିଲା । ତେବେ ହୋଟେଲ, ସାପ୍ତାହିକ ବଜାର ଆଦି ଖୋଲିବ । ଦିଲ୍ଲୀ ସରକାର ଗୁରୁବାର ଅନଲକ୍ ୩ର ଗାଇଡଲାଇନ୍ ଜାରି କରି ହୋଟେଲ ଓ ରେଷ୍ଟୁରାଣ୍ଟ ସୋସିଆଲ ଡିଷ୍ଟାନ୍ସ ପାଳନ କରି ଖୋଲିବ ବୋଲି କହିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.