ପ୍ଲାଷ୍ଟିକ ବୋତଲରେ ପାଣି ନୁହଁ କ୍ୟାନସର ପିଉଛନ୍ତି ଆପଣ ! ଆଜିଠୁ ହିଁ ହୋଇଯାଆନ୍ତୁ ସାବଧାନ...

Published By : Prameya-News7 Bureau | July 19, 2019 IST

ଶିମଲା୧୯|୭: ବଜାରରେ ବଢ଼ୁଛି ବୋତଲ ପାଣିର ଚାହିଦା। ପ୍ରତ୍ୟେକ ଦୋକାନରେ ବୋତଲ ପାଣି ଉବଲବ୍ଧ ହେଉଛି। ସାଧାରଣତଃ ଅଧିକାଂଶ ଲୋକେ ବୋତଲରେ ଥିବା ପାଣିକୁ ସ୍ବଚ୍ଛାପାଣି ଭାବି ତାକୁ ବ୍ୟବହାର କରିଥାନ୍ତି। ନ୍ୟୁୟର୍କ ଷ୍ଟେଟ ୟୁନିଭରସିଟି ପରୀକ୍ଷା କେନ୍ଦ୍ର ବୋତଲ ପାଣିକୁ ନେଇ ବଡ଼ ଖୁଲସା କରିଛି । ବୋତଲ ପାଣିର ବ୍ୟବହାର ବହୁମାତ୍ରାରେ ବଜାରରେ ବଢ଼ି ଚାଲିଛି। ବୋତଲରେ ଥିବା ପାଣି ଗ୍ରାହକମାନଙ୍କ ପାଖକୁ ଆସିବା ପୂର୍ବରୁ ସମ୍ପୂର୍ଣ୍ଣଭାବେ ଅନୁପଯୋଗୀ ହୋଇଯାଇଥାଏ। ବୋତଲରେ ପାଣି ବହୁ ସମୟଧରି ରହୁଥିବାରୁ ଏଥିରେ ବିଭିନ୍ନ ପ୍ରକାର ରାସାନିକ ଓ ପ୍ଲାଷ୍ଟିକ ଜାତୀୟ କଣିକା ମିଶି ରହିଥାଏ।

ଏହି ପାଣିକୁ ବ୍ୟବହାର କଲେ କ୍ୟାନସର ଭଳି ମାରାତ୍ମକ ରୋଗ ହୋଇଥାଏ। ବୋତଲ ପାଣି  ଦେହପ୍ରତି କେତେ ଲାଭ ଦାୟକ ହେବ କିମ୍ବା କ୍ଷତି କ୍ଷାରକ ହେବ, ବୋତଲ ପାଣିର  ପାଣିଗୁଣାତ୍ମକମାନ ଯାଞ୍ଚ ହୋଇନଥାଏ। ପ୍ୟାକିଂ କରିବା ସମୟରେ ବି ବୋତଲ ପାଣିକୁ ଯାଞ୍ଚ କରିଯାଇ ନଥାଏ। ଭାରତୀୟ ଗବେଷଣା କେନ୍ଦ୍ରରେ ଭାରତ ସମେତ ଆମେରିକା , ବ୍ରାଜିଲ, ଇଣ୍ଡୋନେସିଆ, ଥାଇଲାଣ୍ଡ, ମେକ୍ସିକୋ କେନିୟା ଭଳି ଦେଶର ବୋତଲ ପାଣର ନମୁନା ଯାଞ୍ଚ କରିଯାଇଛି।

ଗବେଷଣାକାରୀଙ୍କ କହିବାନୁଯାୟୀ, ବୋତଲ ପାଣି ପ୍ୟାକିଂ ହେବା ସମୟରେ ହିଁ ପ୍ରଦୂଷଣ ହୋଇଯାଇଥାଏ। ଘରେ ବ୍ୟବହାର ହେଉଥିବା ପାଣିକୁ ଗରମ କରିବା ଦ୍ବାରା ସେଥିରେ ଥିବା କିଟାଣୁ ନଷ୍ଟ ହୋଇଯାଇଥାନ୍ତି। ହେଲେ ପ୍ଲାଷ୍ଟିକ ବୋତଲରେ ଥିବା ପାଣି କ୍ଷେତ୍ରରେ ସମ୍ଭବ ହୋଇନଥାଏ। ପଲିଥିଲିନରେ ଆସୁଥିବା ପାଣି(ପାଉଚ ପାଣି) କିମ୍ବା ବୋତଲରେ ଥିବା ପାଣି ପ୍ୟାକିଂ ସମୟରେ ପ୍ରଦୂଷଣ ହୋଇଯାଥାଏ। ପ୍ଲାଷ୍ଟିକ ବୋତଲ ଓ ପଲିଥିନ ଦ୍ବାରା ମଧ୍ୟ ପରିବେଶ ନଷ୍ଟ ହୋଇଥାଏ।

ବୋତଲ ପାଣି ପ୍ୟାକିଂ ପରେ ଟ୍ରକରେ ଷ୍ଟୋରକୁ ନେବା ସମୟରେ ବାହାରର ୩୫ରୁ ୪୦ ମାନ ରହିଥାଏ। ଏହି ତାପମାନ ଟ୍ରକ ଭିତରେ ୫୦ରୁ ୬୦ ଭିତରେ ବଢ଼ିଯାଇଥାଏ। ଯାହାଫଳରେ ​‌ବୋତଲରେ ଥିବା ରାସାନିକ ପାଣିରେ ମିଶିବା ଆରମ୍ଭ କରିଦେଇଥାନ୍ତି।

ବହୁ ରାଜ୍ୟରେ ବୋତଲରେ ପାଣି ଭରଣ କରିବା ପାଇଁ ପିଭିସି ପାଇପ୍ ବ୍ୟବହାର କରିଥାନ୍ତି। ଏହି ପାଇପରେ ବିପିଏ ପୋଲିକାରବୋନେଟ ପ୍ଲାଷ୍ଟିକ ଓ ବିସଫେନାଲ ବୋତଲ ମଧ୍ୟରେ ପ୍ରବେଶ କରିଥାନ୍ତି। ​‌ଏହି ଦୁଇ ରାସାନିକ ଦେହ ପାଇଁ ବହୁତ କ୍ଷତିକାରକ। ଶିମଲାର ଡ଼ାକ୍ତର ପ୍ରେମ ମାଚନ, ମାଡିସନ ଏକ୍ସପର୍ଟ, ଆଇଜିଏମସିଙ୍କ କହିବାନୁଯାୟୀ, ବୋତଲ ପାଣି ବ୍ୟବହାର ଦ୍ବାରା ଆବୋଡିମାଲ ଓ କ୍ୟାନସର ଭଳି ରୋଗ ହୋଇଥାଏ।

ପିଲାମାନଙ୍କୁ ପ୍ଲାଷ୍ଟିକ ବୋତଲରେ କ୍ଷୀର ଦିଅନ୍ତୁ ନାହିଁ, ଏହାଦ୍ବାରା ବିଭିନ୍ନ ପ୍ରକାର ରୋଗ ମଧ୍ୟ ହୋଇଥାଏ। ସ୍କୁଲ ଯିବା ସମୟରେ ପିଲାଙ୍କୁ ପ୍ଲାଷ୍ଟିକ ଟିଫିନ ବକ୍ସରେ ଖାଦ୍ୟ ଜିନିଷ ଦିଅନ୍ତୁ ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ପ୍ଲାଷ୍ଟିକ ପାତ୍ରରେ କୌଣସି ଖାଦ୍ୟ ପଦାର୍ଥ ଅଧିକ ସମୟ ରଖନ୍ତୁ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.