Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

କରୋନାରୁ ମୁକ୍ତି ପାଇଁ କ୍ଷୀରରେ ମିଶାଇ ପିଅନ୍ତୁ ଏହି ଜିନିଷ, ଶୀଘ୍ର ବଢିବ ଇମ୍ୟୁନିଟି

20/04/2021 at 12:49 PM

ନୂଆଦିଲ୍ଲୀ ୨୦/୦୪: କରୋନା ଭାଇରସକୁ ଏଡ଼ାଇବା ପାଇଁ ସାମାଜିକ ଦୂରତା ରଖିବା ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି କରିବାର ଆବଶ୍ୟକତା ରହିଛି । ତେଣୁ ଆପଣଙ୍କ ଦୈନନ୍ଦିନ ଖାଦ୍ୟରେ ହେଲଦୀ ଜିନିଷ ଅନ୍ତର୍ଭୁକ୍ତ କରିବା ଜରୁରୀ । ଏଥିପାଇଁ ପୋଷକ ତତ୍ତ୍ୱଯୁକ୍ତ କ୍ଷୀର ପିଇବା ହେଉଛି ସର୍ବୋତ୍ତମ ବିକଳ୍ପ । କିନ୍ତୁ ଏଥିରେ କିଛି ଜିନିଷ ମିଶାଇ ପିଇବା ଦ୍ୱାରା ଦ୍ୱିଗୁଣ ଲାଭ ମିଳିଥାଏ । ତେବେ ଚାଲନ୍ତୁ ଜାଣିବା କ୍ଷୀରରେ ମିଶାଇ କେଉଁ ଜିନିଷ ପିଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତିକୁ ବଢା ଯାଇପାରିବ ।

PunjabKesari

ହଳଦୀ :

ହଳଦୀରେ ଆଣ୍ଟି-ଭାଇରସ୍, ଆଣ୍ଟି-କ୍ୟାନସର, ଆଣ୍ଟି-ବ୍ୟାକ୍ଟେରିଆଲ୍, ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଥାଏ । ତେଣୁ ଏକ ଚାମଚ ଗରମ କ୍ଷୀର ସହିତ ହଳଦୀ ମିଶାଇ ପିଇଲେ ରୋଗ ପ୍ରତିରୋଧକ ଶକ୍ତି ବଢିବାରେ ସାହାଯ୍ୟ କରିଥାଏ ।  କରୋନା ଜୀବାଣୁ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା କମ୍ ରହିଥାଏ ।

ଖଜୁରୀ :

ଖଜୁରୀରେ ଭିଟାମିନ୍, ଆଇରନ୍, ଫାଇବର, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ତେଣୁ ପ୍ରତିଦିନ ଶୋଇବା ପୂର୍ବରୁ କ୍ଷୀରରେ ଖଜୁରୀ ଫୁଟାଇ ପିଅନ୍ତୁ ।  ଏଥିରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବା ସହିତ କରୋନା ଭାଇରସ୍ ବିରୁଦ୍ଧରେ ଲଢିବାର ଶକ୍ତି ବୃଦ୍ଧି ହେବ ।

PunjabKesari

ଡ୍ରାଏ ଫ୍ରୁଟ୍ସ :

ଡ୍ରାଏ ଫ୍ରୁଟ୍ସରେ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହିତ ଋତୁ କାଳୀନ ରୋଗରୁ ରକ୍ଷା ମିଳିଥାଏ । ଏଥି ସହିତ, ଏହାକୁ କ୍ଷୀର ସହିତ ଖାଇବା ଦ୍ୱାରା ଦ୍ୱିଗୁଣ ଲାଭ ମିଳିଥାଏ ।  କରୋନାରୁ ସୁରକ୍ଷିତ ରହିବା ସହିତ ମଧୁମେହ ଏବଂ ରକ୍ତଚାପ ନିୟନ୍ତ୍ରଣରେ ମଧ୍ୟ ସାହାଯ୍ୟ କରିଥାଏ ଆପଣ ଡ୍ରାଏ ଫ୍ରୁଟ୍ସର ପାଉଡର ପ୍ରସ୍ତୁତ କରି ଏହାକୁ କ୍ଷୀରରେ ମିଶାଇ ମଧ୍ୟ ପିଇପାରିବେ ।

ଅଦା :

ଅଦାରେ ଭିଟାମିନ୍, ଆଇରନ୍, କ୍ୟାଲସିୟମ୍, ଆଣ୍ଟି-ଭାଇରାଲ୍ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ଏଥିପାଇଁ ଗରମ କ୍ଷୀରରେ ୧ ଚାମଚ ଅଦା ପେଷ୍ଟକୁ ଫୁଟାନ୍ତୁ । ପ୍ରସ୍ତୁତ କ୍ଷୀରକୁ ଛାଣି ପିଅନ୍ତୁ ।

   Related Posts