ଅଭିନେତ୍ରୀ ଊର୍ବଶୀ ରୌତେଲାଙ୍କ ନାଁରେ ଗୋଆରେ ଲଞ୍ଚ ହେଲା ଡ୍ରିଙ୍କ : ପଢ଼ନ୍ତୁ ପୂରା ଖବର

Published By : Prameya-News7 Bureau | October 31, 2019 IST

ମୁମ୍ବାଇ ୩୧/୧୦: ଗୋଆର ଏକ କ୍ଲବ୍ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ନାଁରେ ଡ୍ରିଙ୍କ ଆରମ୍ଭ କରିଛି। ଏହି ଡ୍ରିଙ୍କର ନାଁ ‘ଉର୍ବଶୀ ରୌତେଲା ଶଟ୍’ ରଖାଯାଇଛି। କ୍ଲବର ଏହି କାର୍ଯ୍ୟରେ ଖୁସି ହୋଇ ଉର୍ବଶୀ ତାଙ୍କୁ ଶୁଭକାମନା ଜଣାଇଛନ୍ତି। ବର୍ତ୍ତମାନ ଉର୍ବଶୀ ନିଜ ଆଗାମୀ ଫିଲ୍ମ ‘ପାଗଲପନ୍ତୀ’ ପାଇଁ ବ୍ୟସ୍ତ ଅଛନ୍ତି।

{"id":177250}

ଏହି ଡ୍ରିଙ୍କ ବିଷୟରେ କ୍ଲବ୍ କହିଛି ଯେ ଏହି ଡ୍ରିଙ୍କ ଯୋଗୁଁ ଲୋକେ ଆମ ଆଡ଼କୁ ବେଶୀ ଆକର୍ଷିତ ହେବେ କାରଣ ଉର୍ବଶୀଙ୍କ ପର୍ସନାଲିଟି ଫନଲଭିଙ୍ଗ ଅଟେ। ଏହା ଗୋଆ ମାହୋଲ୍ ପାଇଁ ପୂରାପୂରି ଉପଯୁକ୍ତ ଅଟେ। ଏହାର ଉତ୍ତରରେ ଉର୍ବଶୀ କହିଛନ୍ତି ଯେ ‘ତାଙ୍କ ନାଁରେ ଡିଙ୍କର ଆରମ୍ଭ ତାଙ୍କ ପାଇଁ ଏକ ସୁଖଦ ଅନୁଭୂତି। ସେ ଆଶା କରନ୍ତି ଯେ କ୍ଲବକୁ ମଧ୍ୟ ଆଶାନୁରୂପ ପ୍ରତିକ୍ରିୟା ମିଳୁ,ଯାହା ସେ ଚାହଁନ୍ତି।’

{"id":177253}

ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଏହା ତାଙ୍କ କ୍ୟାରିୟରର ସବୁଠୁ ଭଲ ଅଭିଯାନ କାରଣ ତାଙ୍କୁ ଭିନ୍ନ ଭିନ୍ନ କାହାଣୀର ଅଂଶବିଶେଷ ହେବାର ସୁଯୋଗ ମିଳୁଛି।’

{"id":177254}

 ଉର୍ବଶୀ ରୌତେଲାଙ୍କ ପୂର୍ବରୁ ମଧ୍ୟ ଆହୁରି ଅନେକ ବଲିଉଡ ସେଲିବ୍ରିଟିଙ୍କ ନାଁରେ ଡ୍ରିଙ୍ଗସ୍ ଏବଂ ଡିସେଜ ନାଁ ରଖାଯାଇଛି। ଅକ୍ଷୟ କୁମାରଙ୍କ ‘ଓ୍ବାନସ ଅପନ ଏ ଟାଇମ୍ ଇନ ମୁମ୍ବାଇ ଦୋବାରା’ ଫିଲ୍ମର ସୋଏବ ଚରିତ୍ର ନାଁରେ ମଧ୍ୟ ଏକ କକଟେଲର ନାଁ ‘ସୋଏବଟିନି’ ରଖାଯାଇଛି। କିନ୍ତୁ ବଲିଉଡ ଇଣ୍ଡଷ୍ଟ୍ରିର ଖିଲାଡ଼ି ଡିଙ୍କରୁ ଦୂରେଇ ରୁହନ୍ତି। ‘ଫୁକରେ’ର ଅଭିନେତ୍ରୀ ରିଚା ଚଢ଼ାଙ୍କ ଭୋଲି ପଞ୍ଜାବନ ନାଁରେ ମଧ୍ୟ ମୁମ୍ବାଇର ଲଉଞ୍ଜ କକଟେଲ୍ ଲଞ୍ଚ କରାଯାଇସାରିଛି।

{"id":177255}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.