Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ମୁଣ୍ଡବ୍ୟଥା ଓ ପେଟବ୍ୟଥା ହେଉଛି କି : ତେବେ ଗୁଡ଼-ଜିରା ପାଣି ପିଅନ୍ତୁ : ମିଳିବ ଉପଶମ

24/11/2018 at 6:28 PM

ଭୁବନେଶ୍ବର ୨୪/୧୧: ଗୁଡ଼ ଏବଂ ଜିରା ଦୁଇଟିଯାକ ଏପରି ଏକ ସାଧାରଣ ଖାଦ୍ୟ ଯାହା ସମସ୍ତଙ୍କ ରୋଷେଇ ଘରେ ଦେଖିବାକୁ ମିଳେ। ଖାଦ୍ୟକୁ ଅଧିକ ସ୍ବାଦିଷ୍ଟ କରିବା ପାଇଁ ଜିରାର ବ୍ୟବହାର କରାଯାଇଥାଏ। ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ମଧ୍ୟ ଏହାକୁ ଲାଭଦାୟକ ବୋଲି କୁହାଯାଇଥାଏ। ସେହିପରି ଗୁଡ଼ ମଧ୍ୟ ବିଭିନ୍ନ ପ୍ରକାର ପୋଷକରେ ଭରପୂର। ଗୁଡ଼ ଏବଂ ଜିରାର ପାଣି ପିଇବା ଦ୍ବାରା ଅନେକ ପ୍ରକାର ରୋଗରୁ ଉପଶମ ମିଳିଥାଏ। ଆସନ୍ତୁ ଜାଣିବା ଜିରା ଏବଂ ଗୁଡ଼ ପାଣି ପିଇବା ଦ୍ବାରା କେଉଁ କେଉଁ ରୋଗରୁ ଉପଶମ ମିଳିଥାଏ।

୧.ପେଟ ସମସ୍ୟାରୁ ମୁକ୍ତି: ଜିରା ଏବଂ ଗୁଡ଼ ପେଟର ସମସ୍ୟା ଦୂର କରିଥାଏ। କୋଷ୍ଠକାଠିନ୍ୟ,ପେଟବ୍ୟଥା,ଗ୍ୟାସ୍,ପେଟ ଫୁଲିବା ଭଳି ସମସ୍ୟାରୁ ମୁକ୍ତି ମିଳିବା ପାଇଁ ଜିରା ଓ ଗୁଡ଼ର ରସକୁ ବ୍ୟବହାର କରାଯାଏ।

୨.ଯନ୍ତ୍ରଣାରୁ ମୁକ୍ତି: ପିଠି ଏବଂ ଅଣ୍ଟାବ୍ୟଥାରୁ ମୁକ୍ତି ଦେବା ପାଇଁ ମଧ୍ୟ ଜିରା ଏବଂ ଗୁଡ଼ ପାଣି ସାହାଯ୍ୟ କରିଥାଏ। ଏହା ବ୍ୟତୀତ ମହିଳାମାନଙ୍କର ଋତୁସ୍ରାବରେ ହରମୋନାଲ ପରିବର୍ତ୍ତନ ଯୋଗୁଁ ଅନେକ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏହି ସବୁ ସମସ୍ୟାରୁ ମଧ୍ୟ ଜିରା ଏବଂ ଗୁଡ଼ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ।

୩.ମୁଣ୍ଡବ୍ୟଥାରୁ ଆରାମ: ଏହା ଦ୍ବାରା ମୁଣ୍ଡବ୍ୟଥାରୁ ମଧ୍ୟ ମୁକ୍ତି ମିଳିଥାଏ। ଆପଣ ଯଦି ବାରମ୍ବାର  ମୁଣ୍ଡବ୍ୟଥା ଭୋଗ କରୁଥାନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ବ୍ୟତୀତ ଗୁଡ଼ ଏବଂ ଜିରା ପାଣି ଜ୍ବରକୁ ମଧ୍ୟ ଠିକ୍ କରିଥାଏ।

୪.ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି : ଜିରା ଏବଂ ଗୁଡ଼ ଶରୀରରୁ ବିଷାକ୍ତ ତତ୍ତ୍ବକୁ ବାହାର କରି ପ୍ରାକୃତିକ ଗୁଣକୁ ଜମା କରିଥାଏ। ଏହା ଆମ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇଥାଏ। ଏହା ଦ୍ବାରା ଆମେ ରୋଗମୁକ୍ତ ରହୁ।

କିପରି ପ୍ରସ୍ତୁତ କରିବେ: ଜିରା ଏବଂ ଗୁଡ଼ ପାଣି ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଗୋଟିଏ ତାଟିଆରେ ୨କପ୍ ସାଧା ପାଣି ନିଅନ୍ତୁ। ଏହା ପରେ ୧ଚାମଚ ଗୁଣ୍ଡ ହୋଇଥିବା ଗୁଡ଼ ଏବଂ ୧ଚାମଚ ଜିରା ମିଶାଇ ତାକୁ ଫୁଟାଇ ଦିଅନ୍ତୁ। ଫୁଟାଇବା ପରେ ଏହି ପାଣିକୁ ଆପଣ ପିଇ ପାରିବେ।

ଆର୍ୟୁବେଦ ଡାକ୍ତରଙ୍କ କହିବା ଅନୁସାରେ ଜିରା ଓଜନ ଏବଂ ବାତ ସମସ୍ୟାକୁ କମ୍ କରିଥାଏ ଗୁଡ଼ ପାଚନ କରିଥାଏ । ପ୍ରତିଦିନ ସକାଳେ ୧କପ୍ ଗୁଡ଼ ଏବଂ ଜିରା ପାଣି ପିଇବା ଲାଭଦାୟକ ହୋଇଥାଏ।

   Related Posts