ଏଲୋବେରା ଜୁସ୍ ପିଅନ୍ତୁ : ପାଇବେ ଏହି ୫ଟି ଫାଇଦା
24/02/2019 at 2:43 PM

ଏଲୋବେରା ଜୁସ୍ କିମ୍ବା ଏଲୋବେରା ଜେଲକୁ ଭିନ୍ନ ଭିନ୍ନ ଭାବେ ବ୍ୟବହାର କରାଯାଇଥାଏ। ଏଲୋବେରା ଜୁସ୍ କିମ୍ବା ଜେଲ୍ ଏଲୋବେରା ପତ୍ରର ଭିତର ଅଂଶରେ ଥାଏ। ଏଲୋବେରାକୁ ଆର୍ୟୁବେଦରେ ସଞ୍ଜିବନୀ କୁହାଯାଇଥାଏ। ଏଥିରେ ଆମିନୋ ଏସିଡର ମାତ୍ରା ପ୍ରଚୁର ପରିମାଣରେ ରହିଥାଏ। ଏବଂ ଏଥିରେ ଥିବା ଭିଟାମିନ୍ ବି୧୨ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ।

ଏଲୋବେରା ତ୍ବଚାର ଯତ୍ନ ନେବା ସହ ଚୁଟିର ସୈାନ୍ଦର୍ଯ୍ୟ ମଧ୍ୟ ବଢ଼ାଇଥାଏ। ଏବଂ ଘାକୁ ଭଲ କରିଥାଏ। ଏହା କ୍ୟାନସରକୁ ମଧ୍ୟ ଦୂର କରିଥାଏ। ଆସନ୍ତୁ ଜାଣିବା ଏଲୋବେରାର ଫାଇଦା ବିଷୟରେ

୧.ଓଜନ କମ୍ କରିଥାଏ: ଏଲୋବେରାକୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ବ୍ୟବହାର କରି ଆପଣ ସବୁ ମାସରେ ନିଜ ଓଜନ କମାଇ ପାରିବେ। ଏହା କରିବା ପାଇଁ ଆପଣଙ୍କୁ କୈାଣସି ଅଧିକ ପରିଶ୍ରମ କରିବାକୁ ପଡ଼ିବ ନାହିଁ।

୨. ତ୍ବଚା ପାଇଁ ଲାଭଦାୟକ: ଯଦି ଆପଣ ଏଲୋବେରା ଜେଲକୁ ନିଜ ତ୍ବଚାରେ ଲଗାନ୍ତି ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ। ଏହା କରିବା ଦ୍ବାରା ଆପଣଙ୍କ ତ୍ବଚାର ଟ୍ୟାନିଙ୍ଗ୍ ଦୂର ହେବ।

୩.ରୁପି ସମସ୍ୟା ଦୂର କରିଥାଏ: ଏଲୋବେରା ଜେଲକୁ ନିଜ ଚୁଟିରେ ଘଣ୍ଟାଏ ଲଗାଇ ରଖନ୍ତୁ। ଏହା ପରେ ଏହାକୁ ଧୋଇ ଦିଅନ୍ତୁ। ଏହା କରିବା ଦ୍ବାରା ରୁପି ସମସ୍ୟା ଦୂର ହୋଇଥାଏ।

୪.ଆଖି ପାଇଁ ଲାଭଦାୟକ: ଯଦି ଆପଣ ଟିଭି ଅଧିକ ଦେଖନ୍ତି କିମ୍ବା ମୋବାଇଲ୍ ଅଧିକ ବ୍ୟବହାର କରନ୍ତି ତେବେ ଆପଣଙ୍କ ଆଖିରେ ଏହା ଖରାପ ପ୍ରଭାବ ପକାଇବ। ଏଲୋବେରା ଜୁସ୍ ପିଇଲେ ଆପଣଙ୍କ ଆଖିର ଦୃଷ୍ଟି ଶକ୍ତି ବଢ଼ିବ।

୫.ଚୁଟି ପାଇଁ ଲାଭଦାୟକ : ଏଲୋବେରା ଜେଲ୍ ବ୍ୟବହାର କରିବା ଦ୍ବାରା ଚୁଟିର ରୁକ୍ଷପଣ,ବାଳ ଝଡ଼ିବା ଏବଂ ରୁପି ଭଳି ସମସ୍ୟା ସହଜରେ ଦୂର ହୋଇଯାଏ।
