Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଦ୍ମ ସମ୍ମାନ ଘୋଷଣା: ୩ଟି ବର୍ଗରେ ମୋଟ ୧୧୯ ଜଣ ପାଇବେ ସମ୍ମାନ
  • ||
  • ବଜେଟ୍‌ ଡେ’ରେ ପାର୍ଲାମେଣ୍ଟ ଚଲୋ: ଆନ୍ଦୋଳନକାରୀ କୃଷକ ଦେଲେ ଡାକରା
  • ||
  • ଚିନ୍ତା ବଢାଇଲେଣି କୁଲଡିହା ହାତୀପଲ, ନଷ୍ଟ କରୁଛନ୍ତି ବ୍ୟାପକ ଫସଲ
  • ||
  • ଭୁବନେଶ୍ବର : ଫେବୃଆରୀ ୧୪ରୁ ରାଜ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଟିକାକରଣ
  • ||
  • ଅନୁଗୋଳ : ଜିଲ୍ଲାପାଳଙ୍କ ଅଫିସ୍ ଆଗରେ ମା’ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୦ କୋଭିଡ୍ ସଂକ୍ରମିତ, ୩୩୪୪୩୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ବ୍ରହ୍ମପୁର : ଟ୍ରାକ୍ଟର ସହ ବାଇକ୍ ଧକ୍କା, ଜଣେ ମୃତ, ୨ ଶ୍ରମିକ ଗୁରୁତର
  • ||
  • ଆନନ୍ଦପୁର : ଧାନ ଡୋଲି ଓଲଟିପଡି ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୨୦୩ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ବରଗଡ : ଭିଜିଲାନ୍ସ ଜାଲରେ ବରଗଡ ଜିଲ୍ଲା ଭଟଲି ବ୍ଲକ୍ କେଲେଙ୍ଗାପାଲିର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ
  • ||

ଶ୍ରୀମନ୍ଦିର ବନ୍ଦ ହୋଇଛି ଅନେକ ଥର: କେବେ ଶତ୍ରୁ ତ କେବେ ନୀତିକାନ୍ତି ପାଇଁ, କିନ୍ତୁ ଭକ୍ତଙ୍କ ସୁରକ୍ଷା ପାଇଁ କରୋନା କଟକଣା ପ୍ରଥମ

19/03/2020 at 8:32 PM

ପୁରୀ, ୧୯|୦୩:   ଇତିହାସ କୁହେ ପୂର୍ବରୁ ଅନେକ ଥର ଶ୍ରୀମନ୍ଦିର ବନ୍ଦ ହୋଇଛି । ଶତ୍ରୁ ଆକ୍ରମଣ ଏବଂ ମହାପ୍ରଭୁଙ୍କୁ ନେଇଯିବା କାରଣରୁ ପାଖାପାଖି ଅଢେଇ ଶହ ବର୍ଷ ଧରି ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳାଖେଳା କରିଛନ୍ତି । ଏମିତିତ ଅସୁସ୍ଥତା କାରଣରୁ ପ୍ରତିବର୍ଷ ମହାପ୍ରଭୁ ୧୪ ଦିନ ଅଣସର ଘରେ ରହି ଭକ୍ତଙ୍କୁ ଦର୍ଶନ ଦିଅନ୍ତି ନାହିଁ। କିନ୍ତୁ ପ୍ରଥମ ଥର ଭକ୍ତଙ୍କ ଦେହ ଖରାପ ନହେଉ ସେଥିପାଇଁ ବନ୍ଦ କରିଦିଆଯାଇଛି ଶ୍ରୀମନ୍ଦିର ।

ଅନେକ ଥର ଶ୍ରୀଜଗନ୍ନାଥଙ୍କ ମନ୍ଦିରକୁ ବନ୍ଦ କରିବାକୁ ପଡିଛି । ସଂସ୍କୃତି ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଶ୍ରୀମନ୍ଦିର ତିଆରି ହେବା ପୂର୍ବରୁ ୨୫୦ ବର୍ଷ ଧରି ଶ୍ରୀଜଗନ୍ନାଥଙ୍କ ଦର୍ଶନ ବନ୍ଦ କରିବାକୁ ପଡ଼ିଥିଲା । ଶ୍ରୀମନ୍ଦିର ଉପରେ ମୋଟ୍ ୧୮ ଥର ଆକ୍ରମଣ ହୋଇଛି । ୨୨ ଥର ବାହାରକୁ ଯାଇଛନ୍ତି ଠାକୁର । ଶ୍ରୀମନ୍ଦିର ଉପରେ ପ୍ରଥମେ ୬୭୦ ମସିହାରେ ଆକ୍ରମଣ ହୋଇଥିଲା । ଏହା ୧୭୩୩ ମସିହା ପର୍ଯ୍ୟନ୍ତ ଚାଲିଥିଲା । ଆରବ ଦେଶରୁ ଆସିଥିବା ଆରବ୍ୟ ରକ୍ତବାହୁ ମନ୍ଦିର ଉପରେ ଆକ୍ରମଣ କରି ମହାପ୍ରଭୁଙ୍କୁ ନେଇ ଯାଇଥିଲେ । ପ୍ରାୟ ୧୪୪ ବର୍ଷ ଧରି ଶ୍ରୀମନ୍ଦିର ବନ୍ଦ ରହିଥିଲା । ୧୩୪୦ରେ ବଙ୍ଗଳାର ନବାବ ବିଲିୟସ ସାହା ଶ୍ରୀମନ୍ଦିର ଉପରେ ଆକ୍ରମଣ କରି ମହାପ୍ରଭୁଙ୍କୁ ନେଇ ଯାଇଥିଲେ । ୧୫୦୯ ଏବଂ ୧୫୬୮ରେ କଳାପାହାଡ ଆକ୍ରମଣ ପାଇଁ ଶ୍ରୀମନ୍ଦିର ବନ୍ଦ ରହିଥିଲା । ୧୬୦୧ରେ ମୁର୍ଜାଖୁରମ ଆକ୍ରମଣ କରି କପିଳେଶ୍ବରପୁରକୁ ଜଗନ୍ନାଥଙ୍କୁ ନେଇ ଯାଇଥିଲେ । ସେତେବେଳେ ମନ୍ଦିର ବନ୍ଦ ରହିଥିଲା । ୧୬୦୭, ୧୬୧୦, ୧୬୧୧, ୧୬୧୨, ୧୬୧୭, ୧୬୨୧, ୧୬୪୫, ୧୬୪୭, ୧୬୯୨, ୧୭୩୧ ଏବଂ ଶେଷ ଥର ପାଇଁ ୧୭୩୩ରେ ଶ୍ରୀମନ୍ଦିର ବନ୍ଦ ରହିଥିଲା । ଇତିହାସକାରଙ୍କ କହିବା ଅନୁଯାୟୀ ୧୬୯୨ରେ ଔରଙ୍ଗଜେବଙ୍କ ଧମକ ପାଇଁ ଶ୍ରୀମନ୍ଦିରକୁ ବନ୍ଦ କରିବାକୁ ପଡ଼ିଥିଲା। ୧୭୦୭ ଯାଏଁ ମନ୍ଦିର ରଖାଯାଇଛିଥିଲା। ଔରଙ୍ଗଜେବଙ୍କ ମୃତ୍ୟୁ ପରେ ମନ୍ଦିର ଖୋଲିଥିଲା।  ଶେଷ ଥର ପାଇଁ ୧୭୩୩ରେ ମହମ୍ମଦ ତକ୍ତି ଖାଁ ଆକ୍ରମଣ କରି ମହାପ୍ରଭୁଙ୍କୁ ମାର୍ଦାପୁର ନେଇ ଯାଇଥିଲା।

ପ୍ରାୟ ୨୫୦ ବର୍ଷରୁ ଅଧିକ ସମୟ ମହାପ୍ରଭୁ ଶ୍ରୀକ୍ଷେତ୍ର ବାହାରେ ଲୀଳାଖେଳା କରିଛନ୍ତି । ଏମିତିକି ଶ୍ରୀକ୍ଷେତ୍ର ବାହାରେ ଥରେ ରଥଯାତ୍ରା ହୋଇଥିବା କୁହାଯାଏ । ତେରଥର ଆକ୍ରମଣ କାଳରେ ମହାପ୍ରଭୁ ଶ୍ରୀମନ୍ଦିର ରତ୍ନବେଦିରୁ ରାଜ୍ୟର ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର ହୋଇଛି । ତେବେ ପ୍ରଥମ ଥର ପାଇଁ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ଶ୍ରୀମନ୍ଦିରକୁ ବନ୍ଦ ରଖିବାକୁ ପଡିଛି।

   Related Posts