ସୁନା ଚୋରା ଚାଲାଣ ଯୋଜନା ପଣ୍ଡ: ପ୍ୟାଣ୍ଟରେ ସିଲେଇ କରିନେଉଥିଲେ ଦେଢ଼ କୋଟିର ସୁନା

Published By : Prameya-News7 Bureau | December 20, 2020 IST

ମୁଜଫରପୁର ୨୦/୧୨ : ସୁନା ଚୋରା ଚାଲାଣ ବିରୋଧରେ ଡିଆରଆଇ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଡିଆରଆଇ ୩ କିଲୋ ସୁନା ସହ ଦୁଇ ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ବଜାରରେ ଜବତ ହୋଇଥିବା ସୁନା ମୂଲ୍ୟ ପାଖାପଖୁ ଦେଢ଼ କୋଟି ଟଙ୍କା। ଏହା ସୁନା ବିସ୍କୁଟ ଆକାରରେ ଥିଲା। ଚାଲାଣକାରୀ ଅତି ଚତୁରତାର ସହ ସୁନା ନେଇଯାଉଥିଲା। ପ୍ରଶାସନକୁ ଠକିବାକୁ ଚାଲାଣକାରୀ ନିଜ ପ୍ୟାଣ୍ଟରେ ସୁନା ବିସ୍କୁଟଗୁଡିକ ସିଲେଇ କରିଦେଇଥିଲା। କିନ୍ତୁ ଡିଆରଆଇ ଅଧିକାରୀମାନେ ତାଙ୍କ ଚତୁରତାକୁ ପୋଲ ଖୋଲିଦେଇଥିଲେ ଓ ସୁନା ଜବତ ସହ ଚାଲାଣକାରୀଙ୍କୁ ଗିରଫ କରିଥିଲେ।

ସୂଚନା ଅନୁଯାୟୀ, ଜବତ ସୁନା ମିଆଁମାରରୁ ଅଣାଯାଇଥିଲା। ଚାଲାଣକାରୀ ଏହି କନସାଇନମେଣ୍ଟ ଗୁଆହାଟୀରୁ ଆଣିଥିଲେ ଏବଂ ରାଜସ୍ଥାନର ଦୁଇ ଚାଲାଣକାରୀଙ୍କୁ ହସ୍ତାନ୍ତର କରିଥାନ୍ତେ। ସେଠାରୁ ଉଭୟ ଚାଲାଣକାରୀ ବସ୍ ଯୋଗେ ମୁଜାଫରପୁରରେ ପହଞ୍ଚିଥିଲେ। ସେଠାରେ ବୈରିୟା ବସଷ୍ଟାଣ୍ଡ ନିକଟରେ ଥିବା ଏକ ହୋଟେଲରେ ରହିଥିଲେ। ସେ ଏଠାରୁ ପୁଣି ବସ୍ ଯୋଗେ ଯିବାକୁ ଯୋଜନା କରିଥିଲେ। କିନ୍ତୁ ଡିଆରଆଇକୁ ଏ ସମ୍ବନ୍ଧରେ ଗୁପ୍ତ ସୂଚନା ମିଳିଥିଲା। ଅଧିକାରୀ ଜାଲ ବିଛାଇ ହୋଟେଲରେ ଚଢଉ କରି ଚାଲାଣକାରୀଙ୍କୁ କାବୁ କରିଥିଲେ।

ଦୁଇ ଚାଲାଣକାରୀଙ୍କୁ ଗିରଫ କରିବା ପରେ ଡିଆରଆଇ ସେମାନଙ୍କୁ ନିଜ ଅଫିସକୁ ନେଇ ସେଠାରେ ପଚରାଉଚୁରା କରିଥିଲେ। ପଚରାଉଚୁରା ବେଳେ ସେମାନେ କହିଥିଲେ ଯେ ସୁନା ସେମାନେ ରାଜସ୍ଥାନ ଵିକାନେର ନେଇକି ଯାଇଥାନ୍ତେ। ସେଠାରେ ତୃତୀୟ ଚାଲାଣକାରୀଙ୍କୁ ହସ୍ତାନ୍ତର କରିଥାନ୍ତେ। ଡିଆରଆଇର ସତର୍କତା ଯୋଗୁଁ ଚାଲାଣକାରୀଙ୍କ ସବୁ ଯୋଜନା ପଣ୍ଡ ହୋଇଗଲା। ଡିଆରଆଇ ଦୁଇ ଚାଲାଣକାରୀଙ୍କୁ କୋର୍ଟରେ ପେଶ କରିଛନ୍ତି। ସେମାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତ ପାଇଁ ଦରଭଙ୍ଗା ସ୍ଥିତ ବେନିବାଦ ଜେଲକୁ ପଠାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.