Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୨୦୧୦ ସଂକ୍ରମିତ
  • ||
  • ମୋଦୀ ସରକାରଙ୍କ ବଡ ନିଷ୍ପତ୍ତି: ଜାମ୍ମୁ-କାଶ୍ମୀରରେ ଯେ କେହି ବି ଜାଗା କିଣି ପାରିବେ, ବିଜ୍ଞପ୍ତି ଜାରି କଲା ଗୃହ ମନ୍ତ୍ରଣାଳୟ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||

୨୫ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଲା ସିବିଆଇ, ମିଡିଲ୍‌ ମ୍ୟାନ୍ ବି ଗିରଫ

1/01/2020 at 4:18 PM

ନୂଆଦିଲ୍ଲୀ ୧.୧-  ଲାଞ୍ଚ ନେବା ଅଭିଯୋଗରେ ରାଜସ୍ୱ ଗୋଇନ୍ଦା ବିଭାଗ ଏଡିଜି ଗିରଫ । ନେଉଥିଲେ ୨୫ ଲକ୍ଷ ଟଙ୍କା ଲାଞ୍ଚ । ଗିରଫ ଅଧି୍କାରୀଙ୍କ ନାମ ଚନ୍ଦ୍ର ଶେଖର ।  ରାଜସ୍ୱ  ଗୋଇନ୍ଦା ନିର୍ଦ୍ଦେଶାଳୟରେ  ସେ ଅତିରିକ୍ତ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ । ଜଣେ ମଧ୍ୟସ୍ଥ ଜରିଆରେ ସେ ଲାଞ୍ଚ ନେଉଥିବାବେଳେ  ତାଙ୍କୁ ଧରିଛି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ବା ସିବିଆଇ । ଚନ୍ଦ୍ରଶେଖରଙ୍କୁ ଧରିବା ପରେ ନୂଆ ଦିଲ୍ଲୀ ଏବଂ ନୋଇଡାର କିଛି ସ୍ଥାନରେ ସିବିଆଇ ଚଢାଉ କରିଛି ।

ଲୁଧିଆନାରେ  ପୋଷ୍ଟିଂ ପାଇଥିବା ଚନ୍ଦ୍ରଶେଖର ଏକ ଅଫିସିଆଲ କାର୍ଯ୍ୟ ପାଇଁ  ମଧ୍ୟସ୍ଥ ଜରିଆରେ ୨୫ ଲକ୍ଷ ଟଙ୍କା ଲାଞ୍ଚ ଦେଣ ନେଣରେ ସଂପୃକ୍ତ ଥିବା ପ୍ରମାଣ ବି ସିବିଆଇ ହାତରେ ଲାଗିଛି । ସିବିଆଇ ଟିମ୍ ଚନ୍ଦ୍ର ଶେଖରଙ୍କୁ ଗିରଫ ସହ  ଲାଞ୍ଚ କାରାବାରରେ ସଂପୃକ୍ତ ମଧ୍ୟସ୍ଥି ବା ମିଡିଲ ମ୍ୟାନ୍‌ଙ୍କୁ ମଧ୍ୟ ଗିରଫ କରିଛି ।

ମିଡିଲ ମ୍ୟାନ୍ ଆଇଆରଏସ୍ ଏଡିଜିଙ୍କ ଲାଗି ଲାଞ୍ଚ ଟଙ୍କା ନେଉଥିଲା  ଆଇଆରଏସ୍ ସେବାର ଜଣେ ବରିଷ୍ଠ ଅଧିକାରୀ ବିପୁଳ ଟଙ୍କା  ଲାଞ୍ଚ ଦେଣନେଣରେ ସଂପୃକ୍ତ ରହିବା ଏବଂ ମିଡିଲ ମ୍ୟାନ୍  ଜରିଆରେ  କାମକରିବାର ତରିକା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଗିରଫ ପରେ  ଏଡିଜି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ସିବିଆଇ ।ଏପଟେ  ଚନ୍ଦ୍ରଶେଖର  ଏବଂ ଗିରଫ ମିଡିଲମ୍ୟାନ୍‌ଙ୍କୁ ଲିଙ୍କ୍ ଥିବା ଘର, ବାସଭବନ , ଅଫିସ ଆଦି ବିଭିନ୍ନ ସ୍ଥାନରେ ଚଢାଉ କରିଛନ୍ତି।

   Related Posts