କୋଟିଏ କି ଦୁଇ କୋଟି ନୁହେଁ ୯ ହଜାର କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଆଫଗାନିସ୍ତାନରୁ ଭାରତ ଆସିଥିଲା

Published By : Prameya-News7 Bureau | September 19, 2021 IST

ମୁନ୍ଦ୍ରା ୧୯/୦୯: ଡ୍ରଗ୍ସ ମାୟାଜାଲରେ ଏବେ ସାରା ଭାରତ ! ଗୁଜୁରାଟରୁ ମିଳିଥିବା ଡ୍ରଗ୍ସ ଏହାର ଏକ ସଦ୍ୟତମ ଉଦାହରଣ ବୋଲି କୁହାଯାଇପାରିବ। କୋଟିଏ କି ଦୁଇ କୋଟି ନୁହେଁ ଏକାବେଳେ ୯ ହଜାର କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି। ମିଳିଥିବା ସୂଚନା ଅନୁସାରେ, ଗୁଜରାଟ କଛର ମୁନ୍ଦ୍ରା ଏୟାରପୋର୍ଟରୁ ୯ ହଜାର କୋଟି ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଏତେ ପରିମାଣରେ ବ୍ରାଉନସୁଗାର ଜବତ ହେବା ନେଇ ଏବେ ସବୁଆଡ଼େ ଚର୍ଚ୍ଚା ।

ମୁନ୍ଦ୍ରା ବିମାନବନ୍ଦରରୁ ଏହି ବ୍ରାଉନସୁଗାରକୁ ଜବତ  କରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ(ଡିଆର୍‌ଆଇ)।  ଏତେ ପରିମାଣଣ ବ୍ରାଉନସୁଗାର ଆଫଗାନିସ୍ତାନରୁ ଭାରତ ଅଣାଯାଉଥିଲା ବୋଲି ସୂଚନା ମିଳିଛି । ଟାଲକମ୍ ପାଉଡର ଡବାରେ ଅତି ଚତୁରତାର ସହ ବ୍ରାଉନସୁଗାର ଆସୁଥିଲା । ଆନ୍ଧ୍ର ପ୍ରଦେଶ ବିଜୟୱାଡ଼ା ସ୍ଥିତ ‘ଆଶି ଟ୍ରେଡିଂ ଫାର୍ମ’ ପକ୍ଷରୁ ଏହି ବ୍ରାଉନସୁଗାର ଆମଦାନୀ କରାଯାଉଥିଲା ।

ଆନ୍ଧ୍ରର ଏହି ଫାର୍ମ ପାଉଡର ପ୍ରସ୍ତୁତ କରିଥାଏ । ତେବେ ପାଉଡର ବାହାନାରେ କମ୍ପାନୀ ବ୍ରାଉନସୁଗାର ବ୍ୟବସାୟ କରୁଥିବା ଅଭିଯୋଗ ହୋଇଛି । ‘ଆଶି ଟ୍ରେଡିଂ ଫାର୍ମ’ ଆଫଗାନିସ୍ତାନ କାନ୍ଦାହାରର ହସନ ହୁସେନ ଏଲ୍‌ଟିଡିରୁ ଏହି ବ୍ରାଉନସୁଗାର ମଗାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.