Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫୁଟବଲର ଡିଏଗୋ ମାରାଡୋନାଙ୍କ ପରଲୋକ, ୩ ଦିନ ପୂର୍ବେ ପାଳିଥିଲେ ୬୦ତମ ଜୟନ୍ତୀ
  • ||
  • ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮
  • ||
  • ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ, ଏସସିବିରେ ଦୀର୍ଘ ଦିନ ଧରି ଥିଲେ ଚିକିତ୍ସାଧୀନ, ସୁସ୍ଥ ଅଛି ଜଗା
  • ||
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||

ଲ୍ୟାଣ୍ଡମାଇନ ଲଗାଇ ଜବାନଙ୍କୁ ଉଡେଇଦେବାକୁ ଯୋଜନା କରୁଥିବାବେଳେ ବିସ୍ଫୋରଣ ଘଟି ଗୁରୁତର ଆହତ ହୋଇଥିଲେ ହାର୍ଡକୋର ମାଓବାଦୀ, କାନ୍ଧରେ ବୋହି ବୋହି ହସ୍ପିଟାଲରେ ପହଞ୍ଚାଇଲେ ଜବାନ…

2/09/2019 at 5:03 PM

ମାଲକାନଗିରି ୨|୯: ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ଜବାନଙ୍କ କୁମ୍ବିଂ ଅପରେସନ ବେଳେ ଗୁରୁତର ଆହତ ଜଣେ ହାଡକୋର ନକ୍ସଲଙ୍କୁ ଜବାନମାନେ ଡାକ୍ତରଖାନା ପହଞ୍ଚାଇ ମାନବିକତାର ଆଉ ଏକ ଉଦାହରଣ ସୃଷ୍ଟି କରିଛନ୍ତି ।

ଛତିଶଗଡ ସୁକୁମା ଜିଲ୍ଲା ଅନ୍ତର୍ଗତ ନାଗାଲଗୁଣ୍ଡା ଜଙ୍ଗଲରେ ଡି.ଆର.ଜି ଜବାନ କୁମ୍ବିଂ ଅପରେସନ କରୁଥିବା ବେଳେ ଜବାନଙ୍କୁ ଟାର୍ଗେଟ୍ କରି ନକ୍ସଲମାନେ ଜଙ୍ଗଲ ରାସ୍ତାରେ ଲ୍ୟାଣ୍ଡ ମାଇନ ଲଗାଉଥିଲେ । ଯାହାର ନେତୃତ୍ବ ନେଇଥିଲେ ମାଓ ସଂଗଠନର ମିଲିଟାରି କ୍ୟାଡର ଭିମା ମାଡକାମି । ତେବେ ମାଟି ତଳେ ଏହି ଲ୍ୟାଣ୍ଡ ମାଇନ ଲଗାଇବା ସମୟରେ ହଠାତ୍ ଏହା ବିସ୍ଫୋରଣ ହୋଇଯାଇଥିଲା । ଫଳରେ ନିଜେ ଆକ୍ରମଣକାରି ନକ୍ସଲ ଘଟଣା ସ୍ଥଳରେ ଗୁରୁତର ହୋଇ ପଡିଥିଲେ ।

ବିସ୍ଫୋରଣର ଶବ୍ଦ ଶୁଣି ଯେତେବେଳେ ସଜାଗ ହୋଇଥିଲେ ଡି.ଆର.ଜି ଜବାନ ସେତେ ବେଳେ ଆହତ ସାଥିଙ୍କୁ ଛାଡି ନକ୍ସଲ ମାନେ ପଳାୟନ କରିଥିଲେ । ତେବେ ଗୁରୁତର ନକ୍ସଲଙ୍କ ଜୀବନ ବଞ୍ଚାଇବା ଲାଗି ଆଗେଇ ଆସିଥିଲେ ଡି.ଆର.ଜି ଜବାନ ।

ଆହତ ନକ୍ସଲଙ୍କୁ ଭାରରେ ବୋହି ବୋହି ଦୀର୍ଘ ୪ କିଲୋମିଟର ରାସ୍ତା ଚାଲିବା ସହ ଅଣ୍ଟାଏ ପାଣିରେ ନଦୀ ପାର କରି ଡାକ୍ତରଖାନା ପହଞ୍ଚାଇଥିଲେ ତାଙ୍କୁ ।

୨୦୦୭ ମସିହାରେ ମାଲକାନଗିର ଜିଲ୍ଲାରେ ବେଶ ସକ୍ରିୟ ଥିବା ଭିମା ମାଡକାମିଙ୍କ ମୁଣ୍ଡ ଉପରେ ଛତିଶଗଡ ପୋଲିସ ଗତ ବର୍ଷ ୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଘୋଷଣା କରିଥିଲେ । ହେଲେ ଏପରି ଜଣେ ହାଡକୋର ମାଓବାଦୀଙ୍କ  ଜୀବନ ବଞ୍ଚାଇ ପୁଣି ଥରେ ଆମ ଜବାନ ମାନବିକତାର ପରିଚୟ ଦେଇଛନ୍ତି ।

   Related Posts