ମ୍ୟାଚ୍ ବିଜୟ ପରେ ଡ୍ରେସିଂ ରୁମରେ ଜୋରଦାର ସେଲିବ୍ରେସନ: କେକ୍ କାଟି ମାହିଙ୍କୁ ଦେଲେ ପ୍ରଥମ ବାଇଟ୍, ଆଉ ତାପରେ....

Published By : Prameya-News7 Bureau | November 06, 2021 IST

ନୂଆଦିଲ୍ଲୀ ୦୬/୧୧: କୋହଲି-ଧୋନୀ ଯୋଡି ବେଷ୍ଟ ଯୋଡି ବୋଲି ଚର୍ଚ୍ଚା ହୁଏ । ସଦାସର୍ବଦା ମାହିଙ୍କ ବଡ ଭାଇ ବୋଲି ସମ୍ମାନ ଦେଇଥାନ୍ତି କୋହଲି । ଆଉ ମାହଗି ବି କୋହଲିଙ୍କୁ ସ୍ନେହରେ ଚିକୁ ବୋଲି ସମ୍ୱୋଧନ କରିଥାନ୍ତି । ତେବେ ଏମାନଙ୍କ ମଧ୍ୟରେ କେତେ ଭଲପାଇବା ତାହା ସମସ୍ତେ ଜାଣନ୍ତି । ଏବେ ଭାଇରାଲ ହୋଇଥିବା ଭିଡିଓ ଦେଖିଲେ ସବୁକିଛି ସ୍ପଷ୍ଟ ହୋଇଯାଇଛି ।

wp:html /wp:html

ଗତକାଲି ବିରାଟ କୋହଲିଙ୍କ ଜନ୍ମଦିନ ଥିଲା । ଏହାସହ ମ୍ୟାଚି ଜିତିବା ପରେ ଡ୍ରେସିଂ ରୁମରେ ଜୋରଦାର ସେଲିବ୍ରେସନ ହୋଇଥିଲା । ଭାରତୀୟ ଦଳର ସବୁ ଖେଳାଳି ଏଥିରେ ସାମିଲ ହୋଇଥିଲେ । ଆଉ ସମସ୍ତଙ୍କ ଗହଣରେ କୋହଲି କେକ୍ କାଟିଥିଲେ । ବିସିସିଆଇ ଏହାର ଭିଡିଓ ସେୟାର କରିଛି ଯେଉଁଥିରେ ଭାରତୀୟ ଖେଳାଳିମାନେ ଏକାଠି କୋହଲିଙ୍କ ଜନ୍ମଦିନ ପାଳନ କରିଛନ୍ତି । ତେବେ ଏହି ଭିଡିଓରେ ଆହୁରି ଗୋଟିଏ କଥା ନଜର ଆସିଛି ।

wp:html /wp:html

ଯାହାକି ଦେଖିବା ପରେ କିଛି ପ୍ରଶଂସକ ଖୁସି ପ୍ରକଟ କରିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, କେକ୍ କାଟିବେ ପରେ ପ୍ରଥମ ବାଇଟ କୋହଲି ତାଙ୍କ ଗୁରୁ ଧୋନିଙ୍କୁ ଦେଇଥିଲେ । ପରେ ଅନ୍ୟ ଖେଳାଲିଙ୍କୁ ଦେଇଥିଲେ । କେବଳ ସେତିକି ନୁହେଁ ପରେ ସମସ୍ତ ଖେଳାଳି ଏକାଠି ହୋଇ ଅଧିନାୟକଙ୍କୁ କେକରେ ପୁରା ଗାଧୋଇଦେଥିଲେ । ଅର୍ଥାତ୍ ଦେହସାରା କେକ୍ ବୋଳି ଦେଇଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକମାନେ ଅନେକ ମନ୍ତବ୍ୟ ଦେଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.