ନିଆଁ ଲାଗି ଜଳିଗଲା ଡ୍ରେସ୍ ଦୋକାନ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡି ପାଉଁଶ

Published By : Prameya-News7 Bureau | July 10, 2021 IST

ପାଟଣା, ୧୦|୦୭: ଜଳିଗଲା ଡ୍ରେସ୍ ଦୋକାନ ।  କେନ୍ଦୁଝର ଜିଲ୍ଲା ଦେଇ ଯାଇଥିବା  ୪୯ ନମ୍ବର ଜାତୀୟ  ରାଜପଥ ତୁରୁମୁଙ୍ଗା ଝାରବେଡା ଛକରେ ଥିବା ଏକ ଡ୍ରେସ୍ ଦୋକାନରେ ଅଗ୍ନିକାଣ୍ଡ । ପୋଡି ପାଉଁଶ ହୋଇଗଲା ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ।

ସୂଚନା ଅନୁସାରେ, ଝାରବେଡା ଛକ ନିକଟରେ ଥିବା ହୋଣ୍ଡା ସୋରୁମର ଉପର ମହଲାରେ ଥିବା ହି ଆଣ୍ଡ ସି ଡ୍ରେସ ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା ।  ରାତିରେ ସର୍ଟ ସାର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ଡ୍ରେସ ଜଳି ପଡି ନଷ୍ଟ ହୋଇଯାଇଛି। 

ତେବେ ଦୋକାନରେ ନିଆଁ  ଲାଗିବା ଦେଖି ସ୍ଥାନୀୟ ଲୋକେ ପୋଲିସ ଓ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ସ୍ଥାନୀୟ ଲୋକେ ଓ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁ ଆୟତ୍ତ ହୋଇଥିବା ବେଳେ ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.