କାଶୀ ବିଶ୍ୱନାଥରେ ଲାଗୁ ହେବଡ୍ରେସକୋଡ୍‌ - ଜିନ୍ସ ପ୍ୟାଣ୍ଟରେ କରିପାରିବେନି ସ୍ପର୍ଶ

Published By : Prameya-News7 Bureau | January 13, 2020 IST

ବାରଣାସୀ ୧୩।୦୧- କାଶୀ ବିଶ୍ୱନାଥରେ ଡ୍ରେସ କୋଡ ଲାଗୁ ହୋଇଛି । ପୂର୍ବରୁ ସମସ୍ତ ଶ୍ରଦ୍ଧାଳୁ କୌଣସି ପୋଷକ ପିନ୍ଧି ଶିବଲିଙ୍ଗ ସ୍ପର୍ଶ କରିପାରୁଥିଲେ । ମାତ୍ର ଏବେ ଏଥିପାଇଁ ପାରମ୍ପରିକ ପୋଷାକ ପିନ୍ଧିବାକୁ ପଡିବ । ସମସ୍ତ ଶ୍ରଦ୍ଧାଳୁ ଦର୍ଶନ କରିପାରିବେ । ମାତ୍ର ସ୍ପର୍ଶ କରିପାରିବେ ନାହିଁ ।

{"id":210702,"width":559,"height":367,"sizeSlug":"large"}

ବାରଣାସୀର କାଶୀବିଶ୍ୱନାଥ ୧୨ ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ । ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ଶ୍ରଦ୍ଧାଳୁମାନେ କେବଳ ଦର୍ଶନ କରିପାରିବେ । ରବିବାରରେ ମନ୍ଦିର ବୋର୍ଡର ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି ।

{"id":210703,"sizeSlug":"large"}

ଏଥିପାଇଁ ବୋର୍ଡ ପକ୍ଷରୁ କୌଣସି ତାରିଖ ନିର୍ଧାର୍ଯ୍ୟ କରାଯାଇ ନାହିଁ । ଚଳିତ ବର୍ଷ ଶିବରାତ୍ରୀରୁ ଏହି ଡ୍ରୋସକୋଡ ଲାଗୁ ହେବ ବୋଲି ଆଶା କରାଯାଉଛି । ମହିଳାମାନଙ୍କ ପାଇଁ ମଧ୍ୟ ଡ୍ରେସ କୋଡ ଲାଗି ହେବ ।

•ଡ୍ରେସ କୋଡ ଲାଗୁ ହେବା ସହ ମନ୍ଦିରରେ ଦର୍ଶନ ସମୟ ବୃଦ୍ଧି କରାଯିବ । ସକାଳ ମଙ୍ଗଳା ଆରତୀଠାରୁ ମଧ୍ୟାହ୍ନ ଭୋଜନ ପର୍ଯ୍ୟନ୍ତ ଭକ୍ତମାନେ ଦର୍ଶନ ଓ ସ୍ପର୍ଶ କରିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.