Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ସ୍ୱପ୍ନରେ ଠାକୁରଙ୍କୁ ଦେଖିବା ଦେଇଥାଏ ଏହି ସଂକେତ…

26/03/2019 at 5:03 PM

ଜ୍ୟୋତିଷବିଦ୍ୟା ଅନୁସାରେ ମଣିଷ ଯାହା ସ୍ୱପ୍ନ ଦେଖିଥାଏ ତାହା ଭବିଷ୍ୟତ ସହ ଜଡିତ ଥାଏ। ରାତିରେ ଶୋଇବା ସମୟରେ ଲୋକେ ସ୍ୱପ୍ନ ଦେଖନ୍ତି। ପ୍ରତ୍ୟେକ ସ୍ୱପ୍ନର ଭିନ୍ନ ଭିନ୍ନ ମହତ୍ୱ ଥାଏ। କିଛି ସ୍ୱପ୍ନ ମନେ ରହେ ତ କିଛି ମନେ ରହେ ନାହିଁ। କିଛି ଲୋକଙ୍କୁ ଭଗବାନ ମଧ୍ୟ ସ୍ୱପ୍ନରେ ଆସନ୍ତି।
ତେବେ ସ୍ୱପ୍ନରେ ଲଗାତାର ଭଗବାନ ଦେଖା ଦେଲେ ଏହା ଶୁଭ ବୋଲି କୁହାଯାଏ। ଶାସ୍ତ୍ର ଅନୁସାରେ ଯେଉଁ ଲୋକଙ୍କ ଉପରେ ଭଗବାନଙ୍କ କୃପା ଥାଏ ସେମାନଙ୍କୁ ଭବିଷ୍ୟରେ ହେବାକୁ ଯାଉଥିବା ଖରାପ ଘଟଣା ବିଷୟରେ ପ୍ରଥମରୁ ଜଣା ପଡିଯାଏ। ଯେଉଁ ଲୋକଙ୍କ ଉପରେ ଭଗବାନଙ୍କ କୃପା ଥାଏ ସେମାନେ ପରିଶ୍ରମ କରିଲେ ଖୁବ୍‌ ଶିଘ୍ର ସଫଳତା ହାସଲ କରନ୍ତି।
ସ୍ୱପ୍ନରେ ଭଗବାନ ଆସିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇଥାଏ। ସମାଜରେ ଅଧିକ ମାନ ସମ୍ମାନ ମିଳୁଥିବା ଲୋକଙ୍କ ଉପରେ ଭଗବାନଙ୍କର ବିଶେଷ କୃପା ଥାଏ ବୋଲି ବିଶ୍ୱାସ ଅଛି। କୁହାଯାଏ ସ୍ବଚ୍ଛ ବିଚାରଧାରା ସମ୍ପନ୍ନ ନହେଲେ ଭଗବାନଙ୍କୁ ସ୍ବପ୍ନରେ ଦେଖିବା ସମ୍ଭବ ନୁହେଁ । ବେଳେ ବେଳେ ଭଗବାନଙ୍କୁ ସ୍ବପ୍ନ ନଦେଖି ଭଗବାନଙ୍କ ପ୍ରିୟ ଜିନିଷକୁ ମଧ୍ୟ କେହି କେହି ସ୍ବପ୍ନରେ ଦେଖିଥାନ୍ତି । ଏହା ମଧ୍ୟ ଶୁଭ ବୋଲି କୁହାଯାଏ ।
ଆଉ ଏକ ମତ ହେଲା ଭଗବାନଙ୍କ କିଛି କାମ ବାକି ରହିଯାଇଥିଲେ ମଧ୍ୟ ଭଗବାନ ସ୍ବପ୍ନରେ ଆସିଥାନ୍ତି । ଯେମିତିକି କେଉଁ ଠାକୁରଙ୍କ ପାଖରେ ଯଦି କିଛି ମାନସିକ ରହିଯାଇଥାଏ ଓ ତାହା ପୂରଣ କରିବା ଆପଣ ଭୁଲିଯାଆନ୍ତି ତାହେଲେ ମଧ୍ୟ ସଂପୃକ୍ତ ଠାକୁର ସ୍ବପ୍ନରେ ଦେଖାଦେଇଥାନ୍ତି । ଏଭଳି କ୍ଷେତ୍ରରେ ତୁରନ୍ତ ମାନସିକ ପୂରଣ କରିବା ଆବଶ୍ୟକ ।   

 

   Related Posts