ଓଡିଶା ଲୋକସଭା ନିର୍ବାଚନ ପାଇଁ ଡ୍ରିମ ଗାର୍ଲ ହେମା ମାଳିନୀଙ୍କ ସହ ୪୦ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି

Published By : Prameya-News7 Bureau | March 21, 2019 IST

ଭୁବନେଶ୍ୱର ୨୧/୩ : ଲୋକସଭା ନିର୍ବାଚନ ପ୍ରଚାର ପାଇଁ ବରିଷ୍ଠ ନେତାଙ୍କ ସହ ଫିଲ୍ମ ଷ୍ଟାର ମଧ୍ୟ ମୈଦାନକୁ ଓହ୍ଲାଇଛନ୍ତି | ପ୍ରଧାନମନ୍ତ୍ରୀ ମୋଦି ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଛଡା ଡ୍ରିମ ଗାର୍ଲ ହେମା ମାଳିନୀ ମଧ୍ୟ ଓଡିଶାରେ ପ୍ରଚାର କରିବେ | ହେମା ମାଳିନୀଙ୍କ ସମେତ ୯ଜଣ ଫିଲ୍ମ ଷ୍ଟାର ଓଡିଶାରେ ହେବାକୁ ଥିବା ବିଧାନସଭା ଏବଂ ଲୋକସଭା ନିର୍ବାଚନରେ ବିଜେପି ପାଇଁ ପ୍ରଚାର କରିବେ |

{"id":95631}


ବିଜେପି ଓଡିଶାରେ ଏପ୍ରିଲ ୧୧, ୧୮,୨୩ ଏବଂ ୨୯ ତାରିଖରେ ୪ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ନିଜର ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ଜାରି କରିଛି | ଦଳର ଜଣେ ନେତା କହିଛନ୍ତି ଯେ, ୪୦ ଜଣ ଷ୍ଟାର ପ୍ରଚାରକଙ୍କ ତାଲିକା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଜମା କରାଯାଇଛି |

{"id":95632}


ଓଡିଶାରେ ଲୋକସଭାର ୨୧ ଏବଂ ବିଧାନସଭାର ୧୪୭ ଆସନ ପାଇଁ ଏକସଙ୍ଗେ ନିର୍ବାଚନ ହେବ | ବିଜେପି ତାଲିକା ଅନୁଯାୟୀ, ମୋଦି ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ, ନିତିନ ଗଡ଼କରୀ, ସ୍ମୃତି ଇରାନୀ, ପ୍ରକାଶ ଜାଭେଦକର, ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ଯୋଗୀ ଆଦିତ୍ୟନାଥ ତଥା ଦଳର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ରଙ୍କ ଭଳି ଅନେକ ଷ୍ଟାର ପ୍ରଚାରକ ସାମିଲ ହୋଇଛନ୍ତି |

{"id":95633}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.