Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଅଧୁରା ରହିଗଲା ଗୁରୁମାଙ୍କ ସ୍ୱପ୍ନ !

24/01/2020 at 9:17 PM

ପୁରୀ ୨୪।୦୧ -ଅଧୁରା ରହିଗଲା ଗୁରୁମାଙ୍କ ସ୍ୱପ୍ନ। ଆମେ କହୁଛୁ ବିଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସ୍ୱର୍ଗତ ସୁନନ୍ଦା ପଟ୍ଟନାୟକଙ୍କ ପୁରୀ ବଳିଆପଣ୍ତା ଠାରେ ପରିତ୍ୟକ୍ତ ଅବସ୍ଥାରେ ରହିଥିବା ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାନୁଷ୍ଠାନ କଥା। ତେବେ ଏହି ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟାନୟକ ଗୁରୁମାଙ୍କୁ ଦେଇଥିବା ଜମିକୁ ଏବେ ଜନସ୍ୱାସ୍ଥ୍ୟ ବିଭାଗ ବାଡ଼ ଘେରାଇ ରଖିଥିବା ବେଳେ ଏହା ଏବେ ଜମି ମାଫିଆଙ୍କ କବଜାରେ ରହିଛି।

ପୁରୀ ବଳିଆପଣ୍ଡା ଦାମଦୋର ରୋଡ଼ ପାର୍ଶ୍ବରେ ପରିତ୍ୟକ୍ତ ଅବସ୍ଥାରେ ରହିଛି ବିଖ୍ୟାତ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସ୍ବର୍ଗତଃ ସୁନନ୍ଦା ପଟ୍ଟାନୟକଙ୍କ ସଙ୍ଗୀତ ଶିକ୍ଷାନୁଷ୍ଠାନ । ଅଧୁରା ରାହିଯାଇଛି ଗୁରୁମାଙ୍କ ସ୍ବପ୍ନ । ତତ୍କାଳୀନ ମୁଖ୍ୟମନ୍ତ୍ରୀ ସ୍ବର୍ଗତଃ ବିଜୁ ପଟ୍ଟନାୟକ ଗୁରୁମାଙ୍କ ସଙ୍ଗୀତରେ ବିମୁଗ୍ଧ ହୋଇ ପ୍ରାୟ ଦେଢ଼ ଏକରରୁ ଅଧିକ ଜମି ଦାନ ଦେଇଥିଲେ। କିନ୍ତୁ ଏହି ଜମିକୁ ଜନସ୍ବାସ୍ଥ୍ୟ ବିଭାଗ ବାଡ଼ ଘେରାଇ ନିବୁଜ କରି ରଖିଥିବା ବେଳେ ଏବେ ଏହା ମାଫିଆଙ୍କ କବଜାରେ ଥିବା ଅଭିଯୋଗ ହୁଏ । ତେବେ ସରକାର ଏବଂ ଜିଲ୍ଲା ପ୍ରଶାସନ ଚାହିଁଲେ ଗୁରୁମାଙ୍କ ସ୍ବପ୍ନ ପୂରଣ ହେବ ବୋଲି ସଂସ୍କୃତି ପ୍ରେମୀ ମତ ରଖିଛନ୍ତି ।   

ଗୁରୁମାଙ୍କର ଏହି ଘର ବାହାର ଗ୍ରୀଲରେ ତାଲା ଝୁଲୁଛି । ଘରଟି ଭାଙ୍ଗିରୁଜି ଯାଇଥିବା ବେଳେ ଏହା ପରିସରରେ ଅନାବନା ଗଛ ଉଠି ଗଲାଣି । ତେବେ ଏତେବଡ଼ କଣ୍ଠଶିଳ୍ପୀଙ୍କ ଶିକ୍ଷାନୁଷ୍ଠାନର ଏଭଳି ଦୁର୍ଦ୍ଦଶା କଳାପ୍ରେମୀଙ୍କୁ ମର୍ମାହତ କରିଛି । ଏନେଇ କିନ୍ତୁ ସଂସ୍କୃତି ବିଭାଗ ପାଖରେ କୌଣସି ସୂଚନା ନାହିଁ। ତେବେ  ଅନୁଧ୍ୟାନ କରାଯିବା ସହ ଜମି ମାଫିଆଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।

 ଗୁରୁମାଙ୍କ ଇଛା ଥିଲା ପୁରୀକୁ ଫେରି ସରକାରଙ୍କ ତରଫରୁ ମିଳିଥିବା ଜାଗାରେ ଘର ଖଣ୍ଡେ କରି ରହିବେ । ଆଉ ସେଇଠାରେ ସଂଗୀତ ଶିକ୍ଷା ପ୍ରଦାନ କରିବେ ।  

   Related Posts