ଡ୍ରିମଗାର୍ଲ ଅଭିନେତ୍ରୀ ରିଙ୍କୁ ସିଂହଙ୍କ ଦେହାନ୍ତ, କରୋନାରେ ଆକ୍ରାନ୍ତ ହୋଇ ହେଉଥିଲେ ଚିକିତ୍ସିତ

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୦୪/ ୦୬ : ଅଭିନେତ୍ରୀ ରିଙ୍କୁ ସିଂହ ନିକୁମ୍ଭ ଆଉ ନାହାନ୍ତି । କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ଶୁକ୍ରବାର ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । କରୋନାରେ ସଂକ୍ରମିତ ହେବା ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ତେବେ ସେଠାରେ ଚିକିତ୍ସିତ ଅବସ୍ଥାରେ ରିଙ୍କୁ ସିଂହଙ୍କର ଦେହାନ୍ତ ହୋଇଥିବା ତାଙ୍କର ସମ୍ପର୍କୀୟ ଚନ୍ଦା ସିଂହ ନିକୁମ୍ଭ ସୂଚନା ଦେଇଛନ୍ତି ।


ଫିଲ୍ମ ଡ୍ରିମଗାର୍ଲରେ ଅଭିେନତା ଆୟୁଷ୍ମାନ ଖୁରାନାଙ୍କ ସହ ନଜର ଆସିଥିଲେ ରିଙ୍କୁ । ଏହା ବାଦ ଆମାଜନ ପ୍ରାଇମ ଫିଲ୍ମ ହେଲୋ ଚାର୍ଲୀରେ ଅଭିନୟ କରିଥିଲା ରିଙ୍କୁ ସିଂହ । କିନ୍ତୁ ଡ୍ରିମଗାର୍ଲ ଚଳଚିତ୍ରରେ ନିଖୁଣ ଅଭିନୟ ପାଇଁ ସେ ବେଶ ଲୋକପ୍ରିୟ ହୋଇପାରିଥିଲେ । ସେ ଅନେକ ଗୁଡିଏ ଟିଭି ସୋ ଯେପରିକି ଚିଡିଆଘର, ମେରି ହାନିକାରକ ବିବିରେ ମଧ୍ୟ ଅଭିନୟର ଯୋଦୁ ଛାଡିଛନ୍ତି ।

wp:html
/wp:html


ରିଙ୍କୁଙ୍କ ଭଉଣୀ କହିଛନ୍ତି, ମେ ୨୫ ତାରିଖରେ ତାଙ୍କର କରୋନା ରିପୋର୍ଟ ପଜିଟିଭ ଆସିଥିଲା । କୌଣସି ସମସ୍ୟା ନଥିବାରୁ ସେ ହୋମ ଆଇସୋଲେସନରେ ଥିଲେ । ତେବେ ଘରେ ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ କିଛି ଦିନ ଚିକିତ୍ସା ହେବା ପରେ କୌଣସି ସୁଧାର ଆସିନଥିଲା । ପରେ ଅବସ୍ଥା ବିଗିଡିବାରୁ ତାଙ୍କୁ ଆଇସିୟୁରେ ଭରତ୍ତି କରାଯାଇଥିଲା । ଡାକ୍ତରଙ୍କ ସମସ୍ତ ଚେଷ୍ଟା ସେତ୍ତ୍ବ ଶୁକ୍ରବାର ତାଙ୍କର ଦେହାନ୍ତ ହୋଇଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.