Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

‘ଡ୍ରିମ୍ ଗାର୍ଲ ’ ପ୍ରଥମ ଦିନ ଆୟ କଲା ୧୦କୋଟି ଟଙ୍କା : ଆୟୁଷ୍ମାନଙ୍କ ସବୁଠୁ ବଡ଼ ଓପନର ଫିଲ୍ମ

ମୁମ୍ବାଇ ୧୪/୯: ଆୟୁଷ୍ମାନ୍ ଖୁରାନା ଏବଂ ନୁସରତ ଭାରୁଚା ଅଭିନୀତ ଫିଲ୍ମ ‘ଡ୍ରିମ ଗାର୍ଲ’ ବକ୍ସ ଅଫିସରେ ଚମତ୍କାର ଆରମ୍ଭ କରିଛି। ଏହା ଆୟୁଷ୍ମାନଙ୍କ କ୍ୟାରିୟରର ଏବେ ସୁଦ୍ଧାର ସବୁଠୁ ବଡ଼ ଓପନର ସାବ୍ୟସ୍ତ ହୋଇଛି। ଏହି ଫିଲ୍ମଟି ପ୍ରଥମ ଦିନ ୧୦.୦୫କୋଟି ଟଙ୍କାର କଲେକ୍ସନ କରିଛି।

ତରଣ ଆଦର୍ଶ ନିଜ ଟ୍ବିଟରେ ଲେଖିଛନ୍ତି,‘ ଡ୍ରିମ ଗାର୍ଲର ହିରୋଇକ୍ ଆରମ୍ଭ। ଆୟୁଷ୍ମାନ ଖୁରାନାଙ୍କ ଏବେ ଯାଏଁର ସବୁଠୁ ବଡ଼ ଓପନର। ଚଳିତ ବର୍ଷର ମିଡ ରେଞ୍ଜର ଫିଲ୍ମ ଯେପରିକି ଉରି,ଲୁକା ଛୁପି,ଛିଛୋରେ ଠୁ ମଧ୍ୟ ଏହା ବଡ଼ ଓପନର ସାବ୍ୟସ୍ତ ହୋଇଛି।’

ଏହି ଫିଲ୍ମରେ ଆୟୁଷ୍ମାନ ଏବଂ ନୁସରତଙ୍କ ବ୍ୟତୀତ ଅନ୍ନୁ କପୁର,ମନଜୋତ ସିଂହ,ବିଜୟ ରାଜ,ଅଭିଷେକ ବାନାର୍ଜୀ,ରାଜେଶ ଶର୍ମା ଏବଂ ନିଧି ବିଷ୍ଟଙ୍କ ମୁଖ୍ୟ ଭୂମିକା ରହିଛି। ରାଜ ସାଣ୍ଡିଲ୍ୟ ସ୍କ୍ରିନପ୍ଲେ ଏବଂ ଡାଏଲଗ ଲେଖିବା ସହ ଫିଲ୍ମର ନିର୍ଦେଶନା ଦେଇଛନ୍ତି। ଏହି ଫିଲ୍ମର ନିର୍ମାଣ ଏକତା କପୁରଙ୍କ ବାଲାଜୀ ମୋସନ ପିକ୍ଚରର ବ୍ୟାନର ତଳେ ହୋଇଛି।

168 Views

   ସମ୍ବନ୍ଧିତ ଖବର