ଗ୍ୟାଙ୍ଗଷ୍ଟର ତଥା ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ୍ ପାପା ପଣ୍ଡା ଗିରଫ, ୨ ବର୍ଷ ଧରି ଥିଲା ଫେରାର

Published By : Prameya-News7 Bureau | September 01, 2019 IST

ବାଲେଶ୍ବର ୧୯: ବାଲେଶ୍ବରର ଗ୍ୟାଙ୍ଗଷ୍ଟାର ତଥା ମୋଷ୍ଟ ଓ୍ବାଣ୍ଟେଡ କ୍ରିମିନାଲ ପାପା ପଣ୍ଡାକୁ ଗିରଫ କଲା ବାଲେଶ୍ବର ପୋଲିସ। ଦୀର୍ଘ ୨ବର୍ଷ ଧରି ଫେରାର ଥିବା ପାପ ଓରଫ ଚିନ୍ମୟ ପଣ୍ଡାକୁ ଗତକାଲି ବାଲେଶ୍ବର ପୋଲିସର ଏକ ସ୍ପେଶାଲ ଟିମ୍ ଡ଼ିଏସପି ମନୋଜ ରାଉତଙ୍କ ନେତୃତ୍ବରେ କଟକରୁ ଗିରଫ କରିଛି।

ଚିନ୍ମୟ ଓରଫ ପାପା ବହୁ ହତ୍ୟା ଓ ଅପରାଧିକ ମାମଲାରେ ସଂପୃକ୍ତ ଥିଲା । ୨୦୧୬ ମସିହାରେ ଗ୍ୟାଙ୍ଗଷ୍ଟାର ଖାସୁଆ ଓରଫ ସୁଶାନ୍ତ ଦାସକୁ ସେ ହତ୍ୟାକରି ଫେରାର ହୋଇ ଯାଇଥିଲା । ପରେ ପାପାକୁ ବାଲେଶ୍ବର ଏସଡିଜେଏମ୍ କୋର୍ଡ ପଳାତକ ଭାବେ ଘୋଷଣା କରିଥିଲେ । ସେହିଭଳି ସେ ମାଣିଖମ୍ବର ଟ୍ରଲର ଓ ଟ୍ରକ୍ ବ୍ୟବସାୟୀ ହେମନ୍ତ ମହାପାତ୍ରଙ୍କୁ ମଧ୍ୟ ହତ୍ୟା କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.