Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଏସଟିଏଫ ଦ୍ୱାରା ଦୁର୍ଦ୍ଦାନ୍ତ ଅପରାଧୀର ଏନକାଉଣ୍ଟର: ମୁଣ୍ଡରେ ଥିଲା ଏକ ଲକ୍ଷ ଟଙ୍କା ପୁରସ୍କାର

13/09/2021 at 8:09 PM

ବାରାଣାସୀ ୧୩/୦୯ : ସୋମବାର ଅପରାହ୍ନରେ ଏସଟିଏଫ ବାରାଣାସୀ ୟୁନିଟ୍ ଏକ ଏନକାଉଣ୍ଟରରେ ଏକ ଲକ୍ଷ ପୁରସ୍କାର ଥିବ ଦୀପକ ବର୍ମାକୁ ଗୁଳି କରିଛି। ଏସଟିଏଫ ଡିଏସପି ଶୈଳେଶଙ୍କ ଅନୁଯାୟୀ, ସୋମବାର ଦିନ ଅପରାହ୍ନରେ ଚୋବେପୁର ଅନ୍ତର୍ଗତ  ବରିୟାସନପୁରରେ ଅପରାଧୀ ଦୀପକ ବର୍ମାର ଏନକାଉଣ୍ଟର ହୋଇଛି। ଦୀପକ ବର୍ମା ଉପରେ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା।

ଉଭୟ ପକ୍ଷରୁ ହୋଇଥିବ ଗୁଳି ବିନିମୟରେ ଏସଟିଏଫ ଗୁଳିରେ ଦୀପକ ବର୍ମା ଆହତ ହୋଇଥିଲା। ତାକୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ଡାକ୍ତର ତାକୁ ମୃତ ଘୋଷିତ କରିଥିଲେ। ଏନକାଉଣ୍ଟରରେ ନିହତ ହୋଇଥିବ ଦୀପକ ବର୍ମା ଗତ ୪ ବର୍ଷ ହେଲା ଫେରାର ଥିଲା। ବାରାଣାସୀ ସମେତ ଆଖପାଖ ଜିଲ୍ଲାରେ ତା ବିରୋଧରେ ଅନେକ ମାମଲା ରୁଜ୍ଜୁ ହୋଇଥିଲା।

   Related Posts