Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆକ୍ସନ ମୁଡ୍‌ରେ କେନ୍ଦ୍ରାପଡା ପୋଲିସ, ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ ଆହତ

13/04/2019 at 7:59 AM

କେନ୍ଦ୍ରାପଡା ୧୩|୪: କେନ୍ଦ୍ରାପଡା ପୋଲିସର ଏନ୍‌କାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ସେକ୍ ନଦୀମ୍‌କୁ ପାଟକୁରା ଅର୍ଜୁନପୁର ଛକଠାରେ ପାଟକୁରା ଥାନା ଓ ସ୍ପେଶାଲ ସ୍କ୍ବାର୍ଡ ମିଳିତ ଭାବେ ଏନ୍‌କାଉଣ୍ଟର କରିଛନ୍ତି । ନଦୀମ୍‌ର ବାମ ଗୋଡ଼ରେ ଦୁଇଟି ଗୁଳି ବାଜିଛି । ନଦୀମ୍‌ଠାରୁ ଗୋଟିଏ ଗୁଳି ଭର୍ତ୍ତି ପିସ୍ତଲ ଓ ସ୍କୁଟି ଜବତ କରିଛି ପୋଲିସ । ନଦୀମ୍ ନାମରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ଥାନାରେ ନଦୀମ୍ ନାମରେ ରହିଛି ୧୪ରୁ ଅଧିକ ମାମଲା ରହିଛି ।

ଶନିବାର ଭୋରରୁ ନଦୀମ୍ ନିଜର ଜଣେ ସହଯୋଗୀକୁ ବନ୍ଧୁକ ଦେବାକୁ ନିଜ ଗାଁ କ୍ରିଷ୍ଣାନନ୍ଦପୁରକୁ ଆସିଥିବା ବେଳେ ସାନବେତରାଠାରେ ପୋଲିସ ସହିତ ମୁହାଁମୁହିଁ ହୋଇଥିଲା । ପୋଲିସକୁ ଦେଖି ଖସି ପଳାଉଥିବା ବେଳେ ପୋଲିସ ନଦୀମ୍ ଉପରକୁ ଗୁଳି ଚଳାଇଥିଲା | ନଦୀମ୍‌କୁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି |

   Related Posts