Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦ୍ରକୁ ଓଡ଼ିଶା ମାଗିଲା ଅଗଷ୍ଟ ବର୍ଷା-ବନ୍ୟାର ସହାୟତା, ଦାବି କଲା ୧୫୬୯.୫୦ କୋଟି ଟଙ୍କା
  • ||
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

DRDO ପ୍ରସ୍ତୁତ କରୁଛି ଏଭଳି ଭେଣ୍ଟିଲେଟର, ଗୋଟିଏରେ ଏକକାଳୀନ ହେବ ଏକାଧିକ ରୋଗୀଙ୍କ ଚିକିତ୍ସା

29/03/2020 at 5:36 PM

ନୂଆଦିଲ୍ଲୀ ୨୯।୩: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବା ପରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଆଗାମୀ ସମୟରେ ଭେଣ୍ଟିଲେଟର କମ୍ ହୋଇପାରେ | ସେଥିପାଇଁ ଟାଟା ଏବଂ ମହିନ୍ଦ୍ରା ଭଳି କମ୍ପାନୀ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ସହ ମିଶି କାମ କରିବାକୁ ଆଗେଇ ଆସିଛନ୍ତି ।

ଏମାନେ ଏକାଠି ମିଶି ମଲ୍ଟି ପେସେଣ୍ଟ ଭେଣ୍ଟିଲେଟର ଉପରେ କାମ କରୁଛନ୍ତି | ଗୋଟିଏ ମଲ୍ଟି ପେସେଣ୍ଟ ଭେଣ୍ଟିଲେଟର ସାହାଯ୍ୟରେ ଏକାଧିକ ରୋଗୀଙ୍କୁ ଚିକିତ୍ସା କରାଯାଇପାରିବ | ଏହା ଶୀଘ୍ର ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ଯାହା COVID-19 ସଂକ୍ରମିତ ରୋଗୀଙ୍କ ଚିକିତ୍ସାରେ ସାହାଯ୍ୟ କରିପାରିବ |

ଏକ ରିପୋର୍ଟ ଅନୁଯାୟୀ, ଟାଟା, ମହିନ୍ଦ୍ରା ଏବଂ DRDO ମିଳିତ ଭାବରେ ମଲ୍ଟି ପେସେଣ୍ଟ ଭେଣ୍ଟିଲେଟର କାମ ପ୍ରାୟ ଶେଷ କରିସାରିଲେଣି । ଏହା ଆସନ୍ତା ଏକ ସପ୍ତାହ ମଧ୍ୟରେ ମଧ୍ୟ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି | ପ୍ରଥମ ସପ୍ତାହରେ ପ୍ରାୟ ପାଞ୍ଚ ହଜାର ଭେଣ୍ଟିଲେଟର ଏବଂ ଦ୍ବିତୀୟ ସପ୍ତାହରେ ପ୍ରାୟ ୧୦,୦୦୦ ଯୋଗାଇ ଦିଆଯାଇପାରେ | ସ୍ଥାନୀୟ ସ୍ତରରେ ଯଥାସମ୍ଭବ ଉପାଦାନଗୁଡିକର ବ୍ୟବସ୍ଥା କରିବାକୁ DRDO ଚେଷ୍ଟା କରୁଛି |

ଡିଜାଇନ୍ ସ୍ଥାନାନ୍ତର ପାଇଁ ୯ଟି କମ୍ପାନୀ ଚୟନ କରାଯାଇଥିଲା | ମହିନ୍ଦ୍ରାକୁ ଭିନ୍ନ ଭିନ୍ନ ଉପାଦାନ ମିଳିବା ପରେ ମହିନ୍ଦ୍ରା ସେମାନଙ୍କ ଅସେମ୍ବଲର ଜିମା ମିଳିଛି |

କେନ୍ଦ୍ର ସରକାର ୫ଟି ଅଟୋମେକର କମ୍ପାନୀକୁ କହିଛନ୍ତି ଯେ, ଆବଶ୍ୟକ ପଡିଲେ ଭେଣ୍ଟିଲେଟର ଉତ୍ପାଦନ ପାଇଁ ସେମାନଙ୍କ ପ୍ଲାଣ୍ଟ ଉପଲବ୍ଧ ରଖିବାକୁ । ଏହି ୫ଟି କମ୍ପାନୀ ହେଉଛି – ଟାଟା ମୋଟର୍ସ, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ହୁଣ୍ଡାଇ ମୋଟର ଇଣ୍ଡିଆ, ହୋଣ୍ଡା କାର ଏବଂ ମାରୁତି ସୁଜୁକି ଇଣ୍ଡିଆ |

ଏକ ଆକଳନ ଅନୁଯାୟୀ ବର୍ତ୍ତମାନ ଭାରତରେ ପ୍ରାୟ ୪୦ ହଜାର ଭେଣ୍ଟିଲେଟର ଅଛି | ଏଥିମଧ୍ୟରୁ ସରକାରୀ ଡାକ୍ତରଖାନାଗୁଡିକରେ କେବଳ ୮ରୁ ୯ହଜାର ରହିଛି । ବର୍ତ୍ତମାନ କରୋନା ଭାଇରସ୍ ଦ୍ବାରା ଅଧିକ ପ୍ରଭାବିତ ରାଜ୍ୟ ହେଉଛି କେରଳ । ସେଠାରେ ପ୍ରାୟ ୫ ହଜାର ଭେଣ୍ଟିଲେଟର ରହିଛି । ମୁମ୍ବାଇରେ ଏକ ହଜାରରୁ କମ୍ ରହିଛି | ତାମିଲନାଡୁରେ କେବଳ ୧୫୦୦ ଏବଂ ମଧ୍ୟପ୍ରଦେଶରେ ପ୍ରାୟ ୧୮୦୦ ଭେଣ୍ଟିଲେଟର ରହିଛି |

ଗୁରୁତର ଅସୁସ୍ଥ ଲୋକଙ୍କ ଚିକିତ୍ସା ପାଇଁ ଭେଣ୍ଟିଲେଟର ଉପଯୋଗୀ | ଏହା ଏକ ଉପକରଣ ଯାହା ଫୁସଫୁସକୁ ବାୟୁ ଏବଂ ଅମ୍ଳଜାନ ଯୋଗାଇଥାଏ | କରୋନା ଭାଇରସ୍ ଫୁସଫୁସକୁ ସିଧାସଳଖ କ୍ଷତି ପହଞ୍ଚାଏ | ଏହି କ୍ଷେତ୍ରରେ ଭେଣ୍ଟିଲେଟର ଜୀବନ ବଞ୍ଚାଇବା ପାଇଁ କାର୍ଯ୍ୟ କରିଥାଏ | ବର୍ତ୍ତମାନ ଭେଣ୍ଟିଲେଟରଗୁଡିକର ବହୁତ ଚାହିଦା ରହିଛି | ଏହାର ମୂଲ୍ୟ ୫ ଲକ୍ଷରୁ ୧୨ ଲକ୍ଷ ଟଙ୍କା ଅଟେ | ବର୍ତ୍ତମାନ ଭାରତ ଅଧିକାଂଶ ଭେଣ୍ଟିଲେଟର ବିଦେଶରୁ ହିଁ ମଗାଇଥାଏ |

   Related Posts