ଆହୁରି ମଜବୁତ ହେବ ଭାରତର କରୋନା ବିରୋଧୀ ଲଢେଇ, ସଂକ୍ରମଣ ନିରୋଧକ ପୋଷାକ ପ୍ରସ୍ତୁତ କରୁଛି ଡିଆରଡିଓ

Published By : Prameya-News7 Bureau | April 03, 2020 IST

ନୂଆଦିଲ୍ଲୀ, ୦୩|୦୪:    କରୋନା ଆତଙ୍କକୁ ସାରା ବିଶ୍ୱ ଦୃଢତାର ସହ ମୁକାବିଲା କରୁଛି । ଭାରତ ସରକାର ମଧ୍ୟ ଏହାର ସଂକ୍ରମଣକୁ ରୋକିବା ପାଇଁ ଦେଶକୁ ୨୧ ଦିନ ପାଇଁ ଲକଡାଉନ ଘୋଷଣା କରିଛି । ତେବେ ଦେଶର ହଜାରହଜାର ଡାକ୍ତର କରୋନା ସଂକ୍ରମିତଙ୍କ ଚିକିତ୍ସାରେ ମୁଖ୍ୟ ଭୂମିକା ଗ୍ରହଣ କରୁଛନ୍ତି । ଅନେକ ସ୍ଥାନରେ ଡାକ୍ତରଙ୍କ ପାଇଁ ପ୍ରତିଷେଧକ ମାସ୍କ, ପୋଷାକ ଆଦି ନଥିବା ଅଭିଯୋଗ ଆସେ । ଏହାକୁ ଦୂର କରିବା ପାଇଁ ଡିଆରଡିଓ ଅଣ୍ଟା ଭିଡିଛି । ଉନ୍ନତମାନର କରୋନା ପ୍ରତିରୋଧୀ ପୋଷାକ ପ୍ରସ୍ତୁତ କରୁଛି ଡିଆରଡିଓ । ଏହି ପୋଷାକ କରୋନା ସଂକ୍ରମଣକୁ ପ୍ରତିହତ କରିପାରିବ ଓ ସ୍ୱାସ୍ଥ୍ୟକର୍ମୀମାନେ ସୁରକ୍ଷିତ ରହିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଗୁରୁବାର କହିଛନ୍ତି ।

ଏଥିରେ ଯେଉଁ ଉପକରଣ ଉପଯୋଗ କରାଯାଇଛି ତାହା ସବମେରିନ୍ ପ୍ରସ୍ତୁତିରେ ବ୍ୟବହାର ହୁଏ । ଏହି ବାୟୋ ସୁଟକୁ ଇଣ୍ଡିଆନ୍ ଟେକ୍ସଟାଇଲ୍ ରିସର୍ଚ୍ଚ ଆସୋସିଏସନ ମଞ୍ଜୁରୀ ପ୍ରଦାନ କରିଛି ।

{"id":248391,"width":744,"height":484,"sizeSlug":"large"}

ବର୍ତ୍ତମାନ କୁସୁମଗଡ ଇଣ୍ଡଷ୍ଟ୍ରୀ ଡିଆରଡିଓର ପ୍ରଯୁକ୍ତିବିଦ୍ୟାରେ ଏହି ସଂକ୍ରମଣ ନିରୋଧକ ପୋଷାକ ପାଇଁ ଆବଶ୍ୟକୀୟ ସାମଗ୍ରୀ ଉତ୍ପାଦନ କରୁଛି । ଫଳରେ ଦୈନିକ ୭ ହଜାରରୁ ଅଧିକ ପୋଷାକ ପ୍ରସ୍ତୁକ କରାଯାଉଛି । ସେହିପରି ଗାରମେଣ୍ଟ୍ ଇଣ୍ଡଷ୍ଟ୍ରୀ ଦୈନିକ ୧୫ହଜାରରୁ ଅଧିକକ ସଂକ୍ରମଣ ନିରୋଧୀ ପୋଷାକ ଉତ୍ପାଦନ କରୁଛି । ଡିଆରଡିଓ ଲାବୋରାଟରୀର ଅନେକ ବୈଜ୍ଞାନିକଙ୍କ ସାହାଯ୍ୟରେ ଏହାକୁ ପ୍ରସ୍ତୁତ କରାଯାଉଛି । ଏହାର କୋଟିଂ ଟେକ୍ନୋଲୋଜୀ ମଧ୍ୟ ଉନ୍ନତ ମାନର ଅଟେ ।

ସୂଚନାଯୋଗ୍ୟ, ପୂର୍ବରୁ ଡିଆରଡିଓ ଭାରତୀୟ ସେନା ବାହିନୀ ପାଇଁ ନ୍ୟୁକ୍ଲିୟର,କେମିକାଲ ନିରୋଧକ ପୋଷାକ ବିକଶିତ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.