DRDO Vacancy 2020: ଡିଗ୍ରୀ ଓ ଡିପ୍ଲୋମା କରିଥିବା ପିଲାଙ୍କ ପାଇଁ ଡିଆରଡିଓରେ ଟ୍ରେନିଂ ସୁଯୋଗ, ଷ୍ଟାଇପେଣ୍ଡ ମଧ୍ୟ ମିଳିବ

Published By : Prameya-News7 Bureau | October 04, 2020 IST

ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଓ)ର ପ୍ରିମିୟର ଇନଷ୍ଟିଚ୍ୟୁଟ୍ ଡିଫେନ୍ସ ଫୁଡ୍ ରିସର୍ଚ୍ଚ ଲ୍ୟାବୋରାଟରୀ(ଡିଏଫଆରଏଲ)ରେ ନିଯୁକ୍ତି ବାହାରିଛି। ଗ୍ରାଜୁଏଟ ଅପ୍ରେନଟିସ୍ ଓ ଟେକ୍ନସିଆନ(ଡିପ୍ଲୋମା) ଅପ୍ରେନଟିସ୍‌ର ବିଭିନ୍ନ ପଦରେ ନିଯୁକ୍ତି ବାହାରିଛି। ଏହି ପଦରେ ଆଶାୟୀଙ୍କୁ ଗୋଟିଏ ବର୍ଷର ଟ୍ରେନିଂ ଦିଆଯିବ। ଏହି ସମୟରେ ବୃତ୍ତି ମଧ୍ୟ ଦିଆଯିବ। ଏହି ପଦରେ କେବଳ ଗୋଟିଏ ସାକ୍ଷାତକାର ଜରିଆରେ ଚୟନ କରାଯିବ।

ଡିଆରଡିଓର ଓ୍ଵେବ୍‌ସାଇଟ୍‌ drdo.gov.inରେ ବିଜ୍ଞପ୍ତି ଏବଂ ଫର୍ମ ବିଷୟରେ ସବିଶେଷ ସୂଚନା ଦିଆଯାଇଛି। ଆବେଦନ ପାଇଁ ଆଉ କିଛି ଦିନ  ବଳକା ରହିଛି।

ଏହି ପଦ ପାଇଁ ଦିଆଯିବ ପ୍ରଶିକ୍ଷଣ                            

ଗ୍ରାଜୁଏଟ ଅପ୍ରେନଟିସ୍- ୩ ପଦ

ଟେକ୍ନିସିଆନ ଡିପ୍ଲୋମା ଅପ୍ରେନଟିସ୍- ୧୨ ପଦ

ମୋଟ୍ ପଦ ସଂଖ୍ୟା- ୧୫

କେତେ ମିଳିବ ଷ୍ଟାଇପେଣ୍ଡ

ଗ୍ରାଜୁଏଟ୍ ଅପ୍ରେନଟିସ୍‌କୁ ୯ ହଜାର ଟଙ୍କା ଏବଂ ଟେକ୍ନିସିଆନ ଅପ୍ରେନଟିସ୍‌ଙ୍କୁ ପ୍ରତି ମାସରେ ୮ ହଜାର ଟଙ୍କା ମିଳିବ।

ଶିକ୍ଷାଗତ ଯୋଗ୍ୟତା

ଗ୍ରାଜୁଏଟ୍ ଅପ୍ରେନଟିସ୍‌ ପାଇଁ- ମେକାନିକାଲ ଇଞ୍ଜିନିୟରିଂରେ ବିଇ କିମ୍ବା ବିଟେକ୍/ ଫୁଡ୍ ସାଇନ୍ସରେ ବିଏସସି/ ଫୁଡ୍ ଟେକ୍  କିମ୍ବା ଫୁଡ୍ ପ୍ରୋସେସିଂରେ ବିଟେକ୍।

ଟେକ୍ନିସିଆନ ଅପ୍ରେନଟିସ୍- ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ/ ମେକାନିକାଲ ଇଞ୍ଜିନିୟରିଂ/ ହୋଟେଲ ମ୍ୟାନେଜମେଣ୍ଟ/ କ୍ୟାଟରିଂ ଟେକ୍ନୋଲୋଜି/ ରେଫ୍ରିଜେରେସନ/ ପ୍ଲାଷ୍ଟିକ ଟେକ୍ନୋଲୋଜି/ ଫୁଡ୍ ଆଣ୍ଡ ନ୍ୟୁଟ୍ରିସନ/ବେକିଙ୍ଗ ଟେକ୍ନୋଲୋଜି/ ଫୁଡ୍ ପ୍ରୋସେସିଂରେ ଡିପ୍ଲୋମା।

ଆବେଦନ କରିବାର ଅନ୍ତିମ ତାରିଖ- ୨୦୨୦ ଅକ୍ଟୋବର ୧୪

ଓ୍ଵାକ୍‌ ଇନ ଇଣ୍ଟରଭ୍ୟୁର ତାରିଖ- ୨୦୨୦ ନଭେମ୍ବର ୧୩

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.