SFDR ଟେକ୍ନଲୋଜିର ଫ୍ଲାଇଟ୍ ଟେଷ୍ଟ ସଫଳ, ଏବେ DRDO ବିକଶିତ କରିପାରିବେ ଦୂରଗମୀ କ୍ଷେପଣାସ୍ତ୍ର

Published By : Prameya-News7 Bureau | March 06, 2021 IST

ଚାନ୍ଦିପୁର ୬।୩: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ(ଡିଆରଡିଓ) ସଲିଡ ଫ୍ୟୁଲ୍ଡ ଡକ୍ଟେଡ ରେମଜେଟ୍‌ (ଏସଏଫଡିଆର) ଟେକ୍ନୋଲଜିର ଫ୍ଲାଇଟ୍‌ ଟେଷ୍ଟ କରିଛନ୍ତି। ଓଡ଼ିଶା ଉପକୂଳ ଅନ୍ତରୀଣ ଟେଷ୍ଟ ରେଞ୍ଜ (ଆଇଟିଆର)ରେ ଏହି ପରୀକ୍ଷଣ ହୋଇଛି। ଏହି ପରୀକ୍ଷଣ କାଳରେ ଏସଏଫଡିଆର ଟେକ୍ନୋଲଜି ସମେତ ବାକି ଟେକ୍ନୋଲଜିର ପ୍ରୟୋଗ ମଧ୍ୟ ସଫଳ ହୋଇଛି। ଏଥିରେ ବୁଷ୍ଟର ମୋଟର ଓ ନୋଜଲ ରହିତ ମୋଟରର ମଧ୍ୟ ପରୀକ୍ଷଣ ହୋଇଥିଲା। ଡିଆରଡିଓଙ୍କ ଏହି ପରୀକ୍ଷଣ ପରେ ଭାରତୀୟ ବାୟୁସେନା (ଆଇଏଏଫ) ଆହୁରି ଶକ୍ତିଶାଳୀ ହୋଇପାରିଛି।

{"id":418844,"width":577,"height":346,"sizeSlug":"large","linkDestination":"none"}

ଟେକ୍ନୋଲଜିରେ ବିଶ୍ୱର ହାତଗଣତି ଦେଶଙ୍କ ସୂଚୀରେ ଭାରତ
ଏହି ବୈଷୟିକ ଜ୍ଞାନକୌଶଳର ସଫଳ ପରୀକ୍ଷଣ ସହ ଡିଆରଡିଓ ଏବେ ବିଶ୍ୱର ହାତଗଣତି ଦେଶଙ୍କ ସୂଚୀରେ ସାମିଲ ହୋଇଛନ୍ତି ଯେଉଁମାନେ କ୍ଷେପଣାସ୍ତ୍ରରେ ପ୍ରପ୍ୟୁଲେସନ ସିଷ୍ଟମର ଉପଯୋଗ କରିପାରୁଛନ୍ତି । ଏହି ପରୀକ୍ଷଣ ଡିଆରଡିଓଙ୍କ ଦେଖରେଖରେ ହୋଇଥିବା ବେଳେ ଏଥିରେ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରୟୋଗଶାଳା (ଡିଆରଡିଏଲ), ଇମରତ ଗବେଷଣା କେନ୍ଦ୍ର(ଆରସିଆଇ) ଓ ହାଇଏନର୍ଜି ମେଟେରିଆଲ ରିସର୍ଚ୍ଚ ଲାବୋରେଟରୀ (ଏଚଇଏମଆରଏଲ)  ସମେତ ଡିଆରଡିଓଙ୍କ ବୈଜ୍ଞାନିକମାନେ ମଧ୍ୟ ଉପସ୍ଥିତ ଥିଲେ।

ପରୀକ୍ଷଣର ସଫଳତା ଜାଣିବା ପରେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଡିଆରଡିଓ ସମେତ ବାୟୁସେନା ଓ ପ୍ରତିରକ୍ଷା କ୍ଷେତ୍ରର ସମସ୍ତ ବୈଜ୍ଞାନିକଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ତେବେ ଏସଏଫଡିଆର ହେଉଛି କ୍ଷେପଣାସ୍ତ୍ରର ପ୍ରପ୍ୟୁଲେସନ ସିଷ୍ଟମ। ଥ୍ରଷ୍ଟ ମଡ୍ୟୁଲେସନକୁ ହଟ୍‌ ଗ୍ୟାସ୍‌ କଣ୍ଟ୍ରୋଲର ସହାୟତାରେ ଏହି ସିଷ୍ଟମକୁ ହାସଲ କରାଯାଏ।

{"id":418847,"width":576,"height":346,"sizeSlug":"large","linkDestination":"none"}

୨୦୧୭ ମସିହା ପର୍ଯ୍ୟନ୍ତ କ୍ଷେପଣାସ୍ତ୍ର ପ୍ରଣାଳୀର ରେଞ୍ଜ ୮ କିଲୋମିଟର ଉଚ୍ଚତାରେ ୧୨୦ କିଲୋମିଟର ଦୂର ପର୍ଯ୍ୟନ୍ତ ଥିଲା। ସେହିପରି ଏହାର ବେଗ ୨.୩ ରୁ ୨.୫ ମ୍ୟାକ୍‌ ପର୍ଯ୍ୟନ୍ତ ରହୁଥିଲା। ତେବେ ଏସଏଫଡିଆର ଟେକ୍ନୋଲଜିରେ ଅଧିକ ବେଗ ସାଙ୍ଗକୁ ଉଚ୍ଚତା ଓ ଦୂରତା ମଧ୍ୟ ବୃଦ୍ଧି ହୋଇପାରିବ। ଯେଉଁ କ୍ଷେପଣାସ୍ତ୍ରରେ ରେମଜେଟ୍‌ ଟେକ୍ନୋଲଜି ରହିବ ତାହା ବିନା ଅକ୍ସିଡାଇଜରରେ ବି ଭାରିରୁ ଭାରି ହତିଆର ବହନ କରିପାରିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.