Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ମହାକାଶରେ ମୁତୟନ ହେଲା ସର୍ଭିଲାନ୍ସ ଉପଗ୍ରହ ‘ସିନ୍ଧୁ ନେତ୍ର’,ଏବେ ଭାରତ ମହାସଗର ଉପରେ ରହିବ ନଜର

28/02/2021 at 6:41 PM

ଶ୍ରୀହରିକୋଟା ୨୮।୨: ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ)ଙ୍କ ଯୁବ ବୈଜ୍ଞାନିକଙ୍କ ଦ୍ୱାରା ବିକଶିତ ଅତ୍ୟାଧୁନିକ ସର୍ଭିଲାନ୍ସ ଉପଗ୍ରହ ‘ସିନ୍ଧୁନେତ୍ର’ ରବିବାର ସଫଳତାର ସହ ମହାକାଶର କକ୍ଷପଥରେ ସ୍ଥାପିତ ହୋଇଛି। ଭାରତର ମହାସାଗର କ୍ଷେତ୍ର (ଆଇଓଆର)ରେ ଏବେ ଯୁଦ୍ଧ ଓ ବାଣିଜ୍ୟିକ ଜାହାଜ ଚଳାଚଳ ଉପରେ ଏହି ଉପଗ୍ରହ ଦ୍ୱାରା ଭାରତ ନଜର ରଖିପାରିବ।

ଭାରତୀୟ ମହାକାଶ ଗବେଷଣା ସଙ୍ଗଠନ (ଇସ୍ରୋ)  ପିଏସଏଲଭି-ସି୫୧ ଜରିଆରେ ରବିବାର ସକାଳ ୧୦ଟା ୩୦ ମିନିଟ୍‌ରେ ମହାକାଶକୁ ଉତ୍‌କ୍ଷେପଣ କରିଥିବା ୧୯ଟି ଉପଗ୍ରହ ମଧ୍ୟରେ ଡିଆରଡିଓଙ୍କ ଏହି ଉପଗ୍ରହଟି ମଧ୍ୟ ଥିଲା। ପିଏସଏଲଭି ସଫଳତାର ସହ ଅନ୍ତରୀକ୍ଷରେ ଉପଗ୍ରହ ଗୁଡିକୁ ସ୍ଥାପିତ କରିଥିବା ବେଳେ ସିନ୍ଧୁନେତ୍ର କାର୍ଯ୍ୟ କରିବା ଆରମ୍ଭ କରିଥିବା ସୂଚନାରୁ ଜଣାପଡିଛି।

ଆବଶ୍ୟକ ପଡିଲେ ଏହି ଉପଗ୍ରହ ଦକ୍ଷିଣ ଚୀନ ସାଗର, ଡକାୟତ ପ୍ରବଣ ଆଡେନ ଉପସାଗର ଓ ଆଫ୍ରିକାନ ଉପକୂଳ ଉପରେ ମଧ୍ୟ ନଜର ରଖିବ। ଏହା ଛଡା ଏହି ଉପଗ୍ରହ ମାଧ୍ୟମରେ ଚୀନ୍‌ ସମେତ ଲଦ୍ଦାଖ ଅଞ୍ଚଳ ଓ ସୀମାବର୍ତ୍ତି ପାକିସ୍ତାନ ଉପରେ ମଧ୍ୟ ନଜର ରଖାଯାଇପାରିବ।

ଚୀନ୍ ସହ ଭାରତର ୪ହଜାର କିଲୋମିଟର ଦୀର୍ଘ ସୀମା ସାଙ୍ଗକୁ ଲାଇନ ଅଫ ଆକ୍ଚୁଆଲ କଣ୍ଟ୍ରୋଲ (ଏଲଏସି) ଉପରେ ନଜର ରଖିବା ଲାଗି ଭାରତୀୟ  ସୁରକ୍ଷା ସଂସ୍ଥାମାନେ ୬ଟି ଉତ୍ସର୍ଗିକୃତ ଉପଗ୍ରହର ସହଯୋଗ ଆବଶ୍ୟକ କରୁଛନ୍ତି। ଏହି କ୍ରମରେ ଡିଆରଡିଓଙ୍କ ସିନ୍ଧୁନେତ୍ର ଏକ ଉଲ୍ଲେଖନୀୟପଦକ୍ଷେପ ବୋଲି କୁହାଯାଉଛି।

ଭାରତ ଡିଫେନ୍ସ ସ୍ପେସ୍ ଏଜେନ୍ସୀ ସ୍ଥାପନା ସହିତ ସରକାର ରକ୍ଷା ଅନ୍ତରୀକ୍ଷ ଅନୁସନ୍ଧାନ(ଡିଏସଆରଓ) ମଧ୍ୟ ସ୍ଥାପନା କରିଛନ୍ତି।  ଏହି ସଙ୍ଗଠନ ଦେଶର ଅନ୍ତରୀକ୍ଷ ସମ୍ପତ୍ତିସୁରକ୍ଷା ସହ ପ୍ରତିପକ୍ଷଙ୍କ ଆକ୍ରମଣରୁ ଦେଶକୁ ସୁରକ୍ଷିତ କରିବ ବୋଲି କୁହାଯାଇଛି।

   Related Posts