Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆକାଶ 1-ଏସ୍ ର ପରୀକ୍ଷଣ ସଫଳ

27/05/2019 at 9:21 PM

ଚାନ୍ଦିପୁର ୨୭।୫:  ପ୍ରତିରକ୍ଷା ଅନୁସନ୍ଧାନ ଓ ବିକାଶ ସଙ୍ଗଠନ ଡିଆରଡିଓ ନୂଆ ଏୟାର ଡିଫେନ୍ସ ମିଜାଇଲ ଆକାଶ 1-ଏସ୍ ର ପରୀକ୍ଷଣ କରିଥିବା ବେଳେ ଏହା ସଫଳ ହୋଇଛି । କ୍ଷପଣାସ୍ତ୍ରର ଏହା ନୂଆ ଭର୍ସନ, ଯେଉଁଥି୍ରେ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମିତ ଶିକର ଲଗାଯାଇଛି। ଆକାଶ ୧-ଏସ୍ ର ଏହା ଦ୍ବିତୀୟ ସଫଳ ପରୀକ୍ଷଣ। ଏହି କ୍ଷପଣାସ୍ତ୍ରର ବିକାଶ ସହ ଆକାଶ ମାର୍ଗରୁ ଭାରତ ଯେ କୌଣସି ପ୍ରକାର ଆକ୍ରମଣର ଏବେ ପ୍ରତିହତ କରିବାକୁ ସକ୍ଷମ ହେବ।

ବିକଶିତ ନୂଆ କ୍ଷପଣାସ୍ତ୍ରକୁ ଏୟାର ଡିଫେନ୍ସ ପ୍ରଣଳୀରେ ବ୍ୟବହାର କରାଯିବ। ରାଡାରରୁ ଆକଶମାର୍ଗରୁ ସୀମାକୁ ଆସୁଥିବା ବିପଦର ସୂଚନା ମିଳିବା ମାତ୍ରେ ଏୟାର ଡିଫେନ୍ସ ସିଷ୍ଟମ ସକ୍ରିୟ ହେବା ସହ ଆକାଶରେ ହିଁ ଏହାର ମୁକାବିଲା କରିବ। ଏଥିପାଇଁ ଆକାସ-1ଏସ୍‌ ଡିଆରଡିଓର ଏକ ଗୁରୁତ୍ବପୂର୍ଣ୍ଣ ପରୀକ୍ଷଣ ଥିଲା। ଯାହାର ଲାଗ ଲାଗ ୨ଟି ଜାକ ପରୀକ୍ଷଣ କରାଯାଇଥିବା ବେଳେ ତାହା ସଫଳ ହୋଇଥିବା ଡିଆରଡିଓ ପକ୍ଷରୁ ସୂଚନା ଦିଆଯାଇଛି ।

   Related Posts